ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଏହି ପଡ଼ାର ଉଗ୍ରସେନ ପାତ୍ରଙ୍କ ପୁଅ ମନୋଜ(୨୮) । ସେ ଗାଧୋଇବାକୁ ଯାଉଥିବାବେଳେ ବିଦ୍ୟୁତ ଖୁଣ୍ଟରେ ଥିବା ତାର ତାଙ୍କ ହାତରେ ଲାଗି ଯାଇଥିଲା ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାର ଲୋକଙ୍କୁ ୱେସ୍କୋ ପକ୍ଷରୁ କ୍ଷତିପୂରଣ ଯୋଗାଇବା ପାଇଁ ଦାବି ହୋଇଛି।