ବିଦ୍ୟାଳୟରେ ଦୈତାରିଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର, ୧୮ା୪(ସ୍ବ.ପ୍ର.): ପଦ୍ମଶ୍ରୀ ପ୍ରାପ୍ତ ଦୈତାରୀ ନାଏକଙ୍କୁ ସଦର ବ୍ଲକ ଅନ୍ତର୍ଗତ ବନାଯୋଡ଼ିସ୍ଥିତ ଆନନ୍ଦାଶ୍ରମ ଓ ସାଇଆନନ୍ଦ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ଦିଆଯାଇଛି। ଜୀବନରେ କର୍ମର ମୂଲ୍ୟ ଓ ଜଣେ ମଣିଷ ସମାଜ ପାଇଁ କିଛି କରିବାର ପ୍ରୟାସ କିପରି ଶୀର୍ଷକୁ ପହଞ୍ଚାଇଥାଏ ସେ ନେଇ ଭାବବିହ୍ବଳ ହୋଇ ଛାତ୍ରୀଛାତ୍ରଙ୍କୁ କହିଥିଲେ। ଆଇଡିଏର ସମ୍ପାଦିକା ସେବତୀ ସିଂ ଉପସ୍ଥିତ ରହି ତାଙ୍କର ଉଦ୍ୟମ ଓ ମିଳିଥିବା ସର୍ବୋଚ୍ଚ ପୁରସ୍କାରକୁ ପ୍ରଶଂସା କରିଥିଲେ।