ବିଞ୍ଝାରପୁର ବ୍ଲକରେ ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ

ବିଞ୍ଝାରପୁର,୧୨।୫(ଡି.ଏନ.ଏ)-ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ୧୦ଦିନ ବ୍ୟବଧାନ ପରେ ମଙ୍ଗଳବାର ପୁଣି ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯାଥାକ୍ରମେ ୫୪, ୩୨ ରହିଛି। ଉଭୟେ ନିକଟରେ କୋଲକୋତାରୁ ଫେରି କ୍ୱାରାଣ୍ଟାଇନ ସେଣ୍ଟରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କ ସ୍ବାବ୍‌ ପଜିଟିଭ ଆସିବା ପରେ ଡୁବୁରୀସ୍ଥିତ ଟାଟା କୋଭିଡ -୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।