Posted inଖେଳ

ବିଜୟ ସହ ମୁରେଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବାଶିଂଟନ, ୧।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ତଥା ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆଣ୍ଡି ମୁରେ ଅସ୍ତ୍ରୋପଚାରର ୬ ମାସ ପରେ ଟେନିସ କୋଟ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏଟିପି ଓ୍ବାଶିଂଟନ ଓପନ୍‌ ପୁରୁଷ ଡବଲ୍ସରେ ଭାଇ ଜେମିଙ୍କୁ ସାଥୀ କରି ଖେଳୁଥିବା ଆଣ୍ଡି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମୁରେ ଭ୍ରାତା ଯୋଡ଼ି ୬-୪, ୬-୭ (୭/୯), ୧୦-୫ ସେଟ୍‌ରେ ଫ୍ରାନ୍ସ ଯୋଡ଼ିଦାର ନିକୋଲାସ ମାହୁଟ୍‌ ଓ ଏଡୁରାର୍ଡ ରୋଜର ଭାସେଲିନଙ୍କୁ ହରାଇଛନ୍ତି। ୨୦୧୬ ଅଲିମ୍ପିକ୍ସ ପରେ ପ୍ରଥମଥର ପାଇଁ ମୁରେ ଭ୍ରାତା ଏକାଠି ଖେଳିଛନ୍ତି। ୩୨ ବର୍ଷୀୟ ମୁରେ ସମ୍ଭବତଃ ସିନ୍‌ସିନାଟି ଓପନ୍‌ ଜରିଆରେ ସିଙ୍ଗଲ୍ସ ଇଭେଣ୍ଟକୁ ଫେରିବା ରିପୋର୍ଟ ପ୍ରକାଶ ପାଇଛି। ଶେଷଥର ପାଇଁ ସେ ଜାନୁୟାରୀରେ ଅଷ୍ଟ୍ରେଲିଆ ଓପନ୍‌ ସିଙ୍ଗଲ୍ସ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ମୁରେ ୨୦୧୨ରେ ୟୁଏସ୍‌ ଓପନ୍‌ ଏବଂ ୨୦୧୩ ଓ ୨୦୧୬ରେ ଓ୍ବିମ୍ବେଲଡନରେ ଚାମ୍ପିୟନ ହୋଇଥିଲେ।
ପେସ୍‌, ବୋପାନ୍ନା ହାରିଲେ:
ଦୁଇ ଭାରତୀୟ ଭେଟେରାନ ଖେଳାଳି ଲିଆଣ୍ଡର ପେସ୍‌ ଓ ରୋହନ ବୋପାନ୍ନା ପୁରୁଷ ଡବଲ୍ସରେ ପରାଜରବରଣ କରିଛନ୍ତି। ଜ୍ୟାକ୍‌ ସକ୍‌କୁ ସାଥୀ କରି ଖେଳିଥିବା ପେସ୍‌ ୫-୭, ୨-୬ ସେଟ୍‌ରେ ଅଷ୍ଟ୍ରେଲିଆ ଯୋଡ଼ିଦାର ଆଲେକ୍ସ ଡଇ ମିନାଉର୍‌ ଓ ଜନ୍‌ ପିୟର୍ସଙ୍କ ନିକଟରୁ ହାରି ବିଦାୟ ନେଇଛନ୍ତି। ସେହିଭଳି ଫ୍ରାନ୍ସର ବେନୋଇଟ୍‌ ପାଇରେଙ୍କୁ ସାଥୀ କରି କୋଟ୍‌କୁ ଓହ୍ଲାଇଥିବା ବୋପାନ୍ନା ୬-୨, ୩-୬, ୭-୧୦ରେ ମାଥ୍ୟୁ ଏବ୍‌ଡେନ୍‌ ଓ ନିକୋଲାସ ମୋନରେଙ୍କଠାରୁ ପରାସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

CSKର ପରାଜୟ ପାଇଁ ସଞ୍ଜୁ ସାମସନଙ୍କ ସମେତ ଏହି ୫ ଖେଳାଳି ଦାୟୀ!

ନୂଆଦିଲ୍ଲୀ,୩୧।୩: ମାର୍ଚ୍ଚ ୩୦ରେ ଅନୁଷ୍ଠିତ 2026 ଇଣ୍ଡିଆନ ପ୍ରିମିୟର ଲିଗର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହୋଇଥିଲା। ଗୁଆହାଟୀର…

IPL 2026 Points Table: RCB ଠାରୁ 1 ନମ୍ବର ସ୍ଥାନ ଛଡ଼ାଇ ନେଲା RR; CSKର ପରାଜୟ ପରେ ଦେଖନ୍ତୁ ପଏଣ୍ଟ ଟେବୁଲ ସ୍ଥିତି

ନୂଆଦିଲ୍ଲୀ,୩୧।୩: ଇଣ୍ଡିଆନ ପ୍ରିମିୟର ଲିଗ 2026 ର ଉତ୍ସାହ ଆରମ୍ଭ ହୋଇସାରିଛି, ଏବଂ ଲିଗରେ ତିନୋଟି ମ୍ୟାଚ ଖେଳାଯାଇସାରିଛି। ଏହି ତିନୋଟି ମୁକାବିଲାରେ, ବିରାଟ କୋହଲି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri