ବିଜେପୁର ପ୍ରାର୍ଥୀ ଚୟନରେ ମୁଖ୍ୟମନ୍ତ୍ରୀ ନେବେ ଚୂଡ଼ାନ୍ତ ନିଷ୍ପତ୍ତି : ସଞ୍ଜୟ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ଅକ୍ଟୋବର ୨୧ରେ ବିଜେପୁର ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ପରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ଭାଜପା, କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିବାବେଳେ ରବିବାର ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାଶବର୍ମା ମତ ରଖିଛନ୍ତି। ସେ କହିଛନ୍ତି, ସୋମବାର ବିଜେଡିର ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ବିଜେପୁର ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା କରାଯିବ। ବୈଠକରେ ଆଶାୟୀ ପ୍ରାର୍ଥୀଙ୍କ ମତାମତ ଲୋଡ଼ାଯିବ। ଏହା ପରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, ବିଜେପୁର ନିର୍ବାଚନମଣ୍ଡଳୀ ଲାଗି ୨୧ରେ ଭୋଟ ଗ୍ରହଣ ହେବ। ୨୮୫ ବୁଥ୍‌ରେ ୨ ଲକ୍ଷ ୩୨ ହଜାର ୫ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୨୪ ତାରିଖରେ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କଲେ ଶରଣକୁଳ ନିଲମ୍ବିତ IIC

ଭୁବନେଶ୍ୱର,୪।୮: ଶରଣକୁଳ ନିଲମ୍ବିତ IIC ସୁଜିତ ଦାସ ମଙ୍ଗଳବାର କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୁଜିତ କ୍ରାଇମବ୍ରାଞ୍ଚରେ ହାଜର ହୋଇ ଆତ୍ମସମର୍ପଣ କରିଥିବା…

ବ୍ଲକ ଅଫିସରେ ପିସି କାରବାର, ଭିଡିଓ ଭାଇରାଲ

ଖଡ଼ିଆଳ,୪ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri