Bhubaneswar: Odisha Chief minister Naveen Patnaik greets NDA's presidential candidate Ram Nath Kovind at a meeting at Odisha assembly in Bhubaneswar on Friday. Kovind visited Odisha to meet BJD and BJP legislators as part of his campaign ahead of the Presidential election. Union Minister J P nadda also seen in the photo. PTI Photo(PTI7_14_2017_000109B)
ଭୁବନେଶ୍ୱର,୨।୬(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ରବିବାର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ଭାବେ ନିଜ ଇସ୍ତଫା ପତ୍ର ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପଠାଇଥିଲେ। ଏହା ବାଚସ୍ପତିଙ୍କ ହସ୍ତଗତ ହୋଇ ଗ୍ରହଣୀୟ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ପୂର୍ବପରି ଗଞ୍ଜାମ ଜିଲାର ହିଞ୍ଜିଳି ଆସନକୁ ରଖିଛନ୍ତି। ତେଣୁ ମାତ୍ର ବର୍ଷକରୁ ସାମାନ୍ୟ ଅଧିକ ସମୟ ବ୍ୟବଧାନରେ ବିଜେପୁରରେ ଆଉ ଏକ ନିର୍ବାଚନ ହେବ ବୋଲି ସ୍ପଷ୍ଟ ହୋଇଛି। ବିଜେପୁରବାସୀ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିବାରୁ ନବୀନ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।