The Chief Minister of Odisha, Shri Naveen Patnaik calling on the Prime Minister, Shri Narendra Modi, in New Delhi on October 06, 2014.
ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଶାସକ ଦଳର ସଭାପତି ପଦ ପାଇଁ ରବିବାର ନାମାଙ୍କନପତ୍ର ଦାଖଲ କରିବେ। ରାଜଧାନୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଏହି ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ପଦ ସମେତ ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ମଧ୍ୟ ସମାନ ସମୟରେ ମନୋନୟନ କରାଯିବ। ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଶନିବାର ଏହି ସୂଚନା ଦେଇଛନ୍ତି। ବିଜେଡି ସାଙ୍ଗଠନିକ ନିର୍ବାଚନ ଗତ ଡିସେମ୍ବର ୨୭ରୁ ଆରମ୍ଭ ହୋଇ ଚଳିତ ମାସ ୨୬ ଯାଏ ଚାଲିବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ୫ ପର୍ଯ୍ୟାୟରେ ହେଉଥିବା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟସୂଚୀ ସମାପ୍ତ ହୋଇଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ଶୁକ୍ରବାର ୩୩ ସାଙ୍ଗଠନିକ ଜିଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଦଳର ୩ ଛାମୁଆ ସଙ୍ଗଠନ(ଯୁବ,ଛାତ୍ର ଏବଂ ମହିଳା)ର ପୁନର୍ଗଠନ ନେଇ ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ।