ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କ ନିର୍ଦ୍ଦେଶ: ଅଧିବେଶନ ସମୟରେ ଶୃଙ୍ଖଳିତ, ସମୟାନୁବର୍ତ୍ତୀ ହୁଅ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଅଧିବେଶନରେ ବିଧାୟକମାନଙ୍କ ସକାରାତ୍ମକ ଉପସ୍ଥିତି ନେଇ ମତ ରଖିଛନ୍ତି। ଏନେଇ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିବା ସହ ତାହାର ଅନୁପାଳନ ପାଇଁ ବିଧାୟକମାନଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ଦଳର ବିଧାୟକ ଦଳ ବୈଠକରେ ବିଜେଡି ସଭାପତି ଏହି କଥା କହିଛନ୍ତି। ଅଧିବେଶନ ଚାଲିଥିବା ସମୟରେ କୌଣସି ବିଜେଡି ବିଧାୟକ ୨ ଦିନରୁ ଅଧିକ ଛୁଟି ନେବାକୁ ଚାହିଁଲେ, ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେବା ଆବଶ୍ୟକ ବୋଲି କୁହାଯାଇଛି।
ରାଜ୍ୟ ସରକାର ଯେଉଁ ଢଙ୍ଗରେ ୫-ଟି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ଅନୁରୂପଭାବେ ଶାସକ ଦଳ ବିଧାୟକମାନେ ବୈଷୟିକ ପଦ୍ଧତି ଉପଯୋଗ କରି ଉପସ୍ଥାନ ରେକର୍ଡ କରିବା ସହ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିବାର ଆବଶ୍ୟକତା ରହିଛି। ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହ ଚାଲୁଥିବାବେଳେ ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୦ରେ ଦଳୀୟ ବିଧାୟକଙ୍କ ଉପସ୍ଥିତି ନେଇ ସଭାପତିଙ୍କୁ ଜଣାଇବେ। ଏଥିସହିତ ଉପସ୍ଥିତ ଏବଂ ଅନୁପସ୍ଥିତ ବିଧାୟକଙ୍କ ତାଲିକା ମଧ୍ୟ ପ୍ରଦାନ କରିବେ। ସେହିପରି ଏହି ଅଧିବେଶନରେ ବିଧାୟକମାନେ ଯେପରି ବିତର୍କରେ ଅଧିକ ପରିମାଣରେ ଭାଗ ନେବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ନବ ନିର୍ବାଚିତ ବିଧାୟକମାନଙ୍କ ଅଂଶଗ୍ରହଣକୁ ସେ ଅନୁଧ୍ୟାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିରୋଧୀ ଦଳଗୁଡିକ ଦ୍ୱାରା କରାଯାଉଥିବା ଗଠନଧର୍ମୀ ସମାଲୋଚନାକୁ ସ୍ବାଗତ କରାଯିବ। ଅନୁରୂପଭାବେ ରାଜ୍ୟ ସ୍ବାର୍ଥ ସମ୍ବଳିତ ଯେ କୌଣସି ପ୍ରସଙ୍ଗରେ ଶାସକ ଦଳ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ବିଜେଡି ସଭାପତି କହିଛନ୍ତି। ଗଣତନ୍ତ୍ରରେ ଲୋକମାନେ ରାଜନେତାଙ୍କ ପ୍ରକୃତ ପ୍ରଭୁ। ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ପାଟକୁରା ଏବଂ ବିଜେପୁର ଉପନିର୍ବାଚନରେ ଦଳ ପ୍ରତି ସମର୍ଥନ ବିଜେଡି ପ୍ରତି ଜନତାଙ୍କ ଅତୁଟ ବିଶ୍ୱାସ ବୋଲି କୁହାଯାଇଛି। ବିଜେଡି ବିଧାୟକମାନେ ଏଣିକି ପ୍ରତି ଦୁଇ ମାସରେ ନିଜ ନିର୍ବାଚନମଣ୍ଡଳୀ ସମ୍ପର୍କିତ କାର୍ଯ୍ୟାବଳୀର ବିବରଣୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ସେହିପରି ଏହି ରିପୋର୍ଟ ରୂପରେଖ କିପରି ରହିବ, ତାହା ପ୍ରସ୍ତୁତ କରିବା ପାଇଁ ବରିଷ୍ଠ ବିଧାୟକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ୧୦ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ସମ୍ପର୍କିତ ରୂପରେଖ ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏହି କମିଟିରେ ଅମର ଶତପଥୀ, ଉଷାଦେବୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ କିଶୋର ମହାନ୍ତି ପ୍ରମୁଖ ସଦସ୍ୟ ରହିଛନ୍ତି। ବିଧାୟକ ଦଳ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ସଚେତକ ପ୍ରମିଳା ମଲିକ, ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଏବଂ ଅନ୍ୟ ବିଧାୟକମାନେ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri