ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ଅଗ୍ନିଶମ କାର୍ଯ୍ୟାଳୟ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଆୟୋଜିତ ସଭା ସାହାର ପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମକୁ ଯୁବନେତା ବିପ୍ଲବ କୁମାର ପୃଷ୍ଟି ସଂଯୋଜନା କରିଥିଲେ। ଏଥିରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ସହ ସାଧାରଣ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତରେ ସାମିଲ ହୋଇ ଭାଜପାକୁ ଗାଦିଚ୍ୟୁତ କରି ବିଜେଡିକୁ ପୁନର୍ବାର କ୍ଷମତାକୁ ଆଣିବାକୁ ଆହ୍ବାନ ଦେଇଥିଲେ। ଏଥିରେ ପାଟଣା ବ୍ଲକ ବିଜେଡି ସଭାପତି ମାଧବା ନନ୍ଦ ପୃଷ୍ଟି, ବରିଷ୍ଠ ବିଜେଡି ନେତା ସତ୍ୟବ୍ରତ ନାଏକ,୨୩ନମ୍ବର ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ , ୩୦ନମ୍ବରର ଚମ୍ପା ବତୀ ଟୁଡୁ, ୨୯ନମ୍ବରର ବୁଦ୍ଧଦେବ ମହାକୁଡ଼, ୧୮ନମ୍ବରର ରାଧାକାନ୍ତ ମହାନ୍ତ ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରମ୍ଭାବତି ଦେହୁରୀ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, କପୁଣ୍ଡି ସମିତି ସଭ୍ୟ ବିଜୟ ପଇଦା, ପାଟଣା ସମିତି ସଭ୍ୟା ମୋହନ ସୁନ୍ଦର ମହାନ୍ତ, ବରିଷ୍ଠ ବିଜେଡି ନେତା ମହେନ୍ଦ୍ର କୁମାର ସାହୁ, କୃଷ୍ଣ ଚନ୍ଦ୍ର ମହାପାତ୍ର,ପ୍ରଶାନ୍ତ କୁମାର ଭଞ୍ଜ ଦେଓ , ଭାଗିରଥି ଦାଶ, ଶତ୍ରୁଘନ ସିଂ,ସୁଶାନ୍ତ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମହାନ୍ତ, ନିରଞ୍ଜନ ତ୍ରିପାଠୀ, ବସନ୍ତ ମିଶ୍ର , ବିଜୁ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ।
Dharitri – The Largest & Most Trusted Odia Daily


