Posted inଖେଳ

ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୦।୯(ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ସୋମବାର କ୍ରୀଡ଼ା ଓ ଯୁବ ବ୍ୟାପାର ସେବା ବିଭାଗ ସଚିବ ବିଶାଲ ଦେବ ୪ର୍ଥ ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ଯୁବ ଆରୋହଣକାରୀଙ୍କୁ କ୍ରୀଡ଼ା ସଚିବ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା କରିଛନ୍ତି। ‘ଯୁବ ଆରୋହଣକାରୀଙ୍କ ପାଇଁ ହିମାଳୟାନ ଅଭିଯାନ ଏକ ବଡ଼ ଚ୍ୟାଲେଞ୍ଜ ହେବ’ ବୋଲି ସେ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ପାଳନ କରିବା ଅବସରରେ ୨୦୧୬ଠାରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ପ୍ରତିବର୍ଷ ହିମାଳୟାନ ଅଭିଯାନ ଆୟୋଜନ କରାଯାଇ ଆସୁଛି। ଯୁବା ପର୍ବତାରୋହୀଙ୍କୁ ଶୃଙ୍ଖଳା, ନେତୃତ୍ୱ ନେବାର ଦକ୍ଷତା ଓ ଟିମ୍‌ ସ୍ପିରିଟ୍‌ ଶିଖାଇବା ଦୁଃସାହସିକ ଅଭିଯାନର ଲକ୍ଷ୍ୟ। ମନୋନୀତ ହୋଇଥିବା ପ୍ରାର୍ଥୀମାନେ ଫିଟ୍‌ନେସ ଟେଷ୍ଟ ପରୀକ୍ଷା ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ପର୍ବତାରୋହୀଙ୍କଠାରୁ ମିଳୁଥିବା ପ୍ରତ୍ୟୁତ୍ତର ଆମକୁ ହିମାଳୟ ଅଭିଯାନ ଜାରି ରଖିବାକୁ ପ୍ରୋତ୍ସାହିତ କରୁଛି ବୋଲି କ୍ରୀଡ଼ା ସଚିବ ଏହି ଅବସରରେ କହିଛନ୍ତି।
ଷ୍ଟିଲ ଆଡଭେଞ୍ଚର ଫାଉଣ୍ଡେଶନ (ଟିଏସ୍‌ଏଏଫ୍‌) ସହଯୋଗରେ ଆୟୋଜିତ ବିଜୁ ପଟ୍ଟନାୟକ ହିମାଳୟାନ ଅଭିଯାନ ଚଳିତ ମାସ ୧୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଲେହ ଅଞ୍ଚଳରେ ମାଉଣ୍ଟ ଷ୍ଟକ୍‌ କାଙ୍ଗ୍ରି (୨୦,୧୮୭ ଫୁଟ)ଠାରେ ଅନୁଷ୍ଠିତ ହେବ। ଚୟନ ପାଇଁ ଆୟୋଜିତ ଦୁଇ ପର୍ଯ୍ୟାୟ ବିଶିଷ୍ଟ ପ୍ରସ୍ତୁତି କ୍ୟାମ୍ପରୁ ଶେଷରେ ୧୦ ବାଳକ ଓ ୫ ବାଳିକା ପ୍ରତିଯୋଗୀଙ୍କୁ ଚୟନ କରାଯାଇଛି। ଜଣାଶୁଣା ଏଭରେଷ୍ଟ ଆରୋହୀ ଗଶେଣ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ପ୍ରତିଯୋଗୀମାନେ ମାଉଣ୍ଟ ଷ୍ଟକ ଗସ୍ତ କରିବେ। ପ୍ରଥମ ଭାରତୀୟ ମହିଳା ମାଉଣ୍ଟ ଏଭରେଷ୍ଟ ପର୍ବତାରୋହଣକାରୀ ପଦ୍ମଶ୍ରୀ ବଚେଦ୍ରୀ ପାଲ ଏହାକୁ ଗାଇଡ୍‌ କରିବେ। ଏହି ପ୍ରୋଗ୍ରାମକୁ ସୁପରିଚାଳନା କରିବା ପାଇଁ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରୋଗ୍ରାମ ଅଫିସର ହରେଶ କୁମାର ମିଶ୍ର ଅଭିଯାତ୍ରୀ ଦଳଙ୍କ ସହ ଲେହସ୍ଥିତ ବେସ୍‌ କ୍ୟାମ୍ପ୍‌କୁ ଗସ୍ତ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ: ଆଉ ତା’ପରେ ଘଟିଲା…

ଉଦଳା,୨୫।୬(ସନ୍ତୋଷ କୁମାର ବାଛିନି): ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ…

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଘେରାଉ କଲେ ୨ଶହରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଧାମନଗର,୨୬।୬ (କାଳନ୍ଦି ବେହେରା): ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଗାଁରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ନେଇ ପରିବାର ଓ…

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ଗେଟ୍‌କୁ ବି ଛାଡିଲେନି, ଅର୍ଦ୍ଧନିର୍ମିିତ କଲ୍ୟାଣ ମଣ୍ଡପର ସାମ୍ନା ଗେଟ୍‌କୁ ଚୋରି କରିନେଲେ, ଧରାପଡିବା ପରେ…

ଛତ୍ରପୁର, ୨୬।୬(ଦିଲ୍ଲୀପ ସାମଲ): ଏକ ଚୋରି ମାମଲାରେ ସାମଗ୍ରୀ ଜବତ ସହିତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ଥାନା ପୋଲିସ…

କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍‌ ବିଜେଡିରେ ମିଶିବା ପଛରେ ଅଛି…

ଭୁବନେଶ୍ୱର,୨୬ା୬(ସୁନିତ୍‌ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍‌ କମ୍‌ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର…

ଧର୍ମେନ୍ଦ୍ର ପ୍ରଧାନକୁ ଜନ୍ମଦିନ ଉପହାର ପଠାଇଲେ ଅଭିଜିତ୍ ଦୀପକେ, ପ୍ଲିଜ ଆପଣ…

ନୂଆଦିଲ୍ଲୀ, ୨୬।୬: ‘କକ୍ରୋଚ୍ ଜନତା ପାର୍ଟି’ ଲଗାତାର ଷଷ୍ଠ ଦିନ ପାଇଁ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ପ୍ରତିବାଦ ଜାରି ରଖିଛି । CJP ପ୍ରତିଷ୍ଠାତା ଅଭିଜିତ୍…

ପାପ କରିନ୍ତି ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ: ଖେରା

ଭୁବନେଶ୍ୱର,୨୬।୬(ରବିନାରାୟଣ ଜେନା):ସାଧାରଣ ପରୀକ୍ଷା କିଭଳି କରାଯାଏ ତାହା ଜଣା ନ ଥିବା ଲୋକ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଜ୍ଞାନ ବାଣ୍ଟୁଛନ୍ତି। ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ…

ମୁହଁ ଖୋଲିଲେ ସିୟା ଅଗ୍ରଓ୍ବାଲ୍‌ଙ୍କ ପିତା: ଯଦି ମୋ ଝିଅ କେତନଙ୍କୁ ମାରିଛି ତେବେ…

ପୁଣେ,୨୬।୬: ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରେମିକା ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri