ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଆସିଲା ୧୦୮ ବୋଟ୍‌ ଆମ୍ବୁଲାନ୍ସ

ଚିତ୍ରକୋଣ୍ଡା,୨୨ା୫(ଡି.ଏନ.ଏ.)-ମାଲକାନଗିରି ଜିଲା ଉପାନ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଭୁକ୍ତ ୫ଟି ପଞ୍ଚାୟତ ପଣସପୁଟ, ଅଣ୍ଡିରାପାଲି, ଯୋଡ଼ାମ୍ବ, ଯନ୍ତ୍ରୀ ଓ ଗାଜୁଲୁମାମୁଡି ଅଞ୍ଚଳବାସୀ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ କାଟୁଛନ୍ତି। ଯଦିଓ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଗମନାଗମନ ପାଇଁ ଯୋଡ଼ାମ୍ବ ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି, ତେବେ ଏଯାବତ୍‌ ଏହି ରାସ୍ତା କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ଯାତାୟାତ ଉପଯୋଗୀ ହୋଇନାହିଁ। ଏଥିପାଇଁ ବିଚ୍ଛିନ୍ନାଞ୍ଚଳର ଉପରୋକ୍ତ ୫ଟି ପଞ୍ଚାୟତର ଲୋକେ ଯାତାୟାତ ଲାଗି ଜଳପଥ ଉପରେ ନିର୍ଭର କରୁଛନ୍ତି। ବୋଟ, ଲଞ୍ଚ ଓ ଦେଶୀ ଡ଼ଙ୍ଗା ସେମାନଙ୍କ ସାହାରା ପାଲଟିଛି। ବିଚ୍ଛିନାଞ୍ଚଳବାସୀଙ୍କୁ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏକ ୧୦୮ ବୋଟ୍‌ ଆମ୍ବୁଲାସ ଯୋଗାଇ ଦେଇଛି। ଏହା ସ୍ପିଲଓ୍ବେ ଲଞ୍ଚ ଘାଟରେ ଗୁରୁବାର ଅପରାହ୍ନରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ଗତ ୬ମାସ ହେଲା ସ୍ପିଲଓ୍ବେ ଲଞ୍ଚ ଘାଟରେ ଏକ ନୂଆ ୧୦୮ ବୋଟ ଆମ୍ବୁଲାନ୍ସ ଆସି ରହିଥିଲେ ମଧ୍ୟ ପ୍ରଶାସନିକ ଅବହେଳାରୁ ଏଯାଏ ଏହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ସେବାରେ ଲାଗିପାରିନି। ଏଥିପାଇଁ ନିଯୁକ୍ତ କର୍ମଚାରୀ ବସିବସି ଦରମା ନେଉଛନ୍ତି। ଏପରି ସ୍ଥଳେ ପୁଣି ଏକ ଆମ୍ବୁଲାନସ ବୋଟ୍‌ ଆସି ପହଞ୍ଚତ୍ଛି। ଏହା କିପରି କେତେଦୂର ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ବିଚ୍ଛିନ୍ନଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ଲାଞ୍ଚ ନେଇ ଧରାପଡ଼ିଲେ JE, ବିଦ୍ୟୁତ୍‌ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ମାଲକାନଗିରି,୩।୨(ଦୁର୍ଯ୍ୟୋଧନ ପାତ୍ର): ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା…

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ…

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର ଗୋଟିଏ…

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା କାଲିମେଳା…

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର…

ବେଆଇନ ପଥର ଖାଦାନରେ ଅଘଟଣ: ୨ ଶ୍ରମିକଙ୍କ ମୃତ, ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା

ମାଲକାନଗିରିରେ,୧୬।୨: ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ…

କାଲିମେଳା,୭ା୧(ଜୀବନକୃଷ୍ଣ ଦାସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri