ବିକାଶ ବୃଦ୍ଧିରେ ବାଧା ହଟିବ: ଖୁବ୍‌ଶୀଘ୍ର ଘୋଷଣା

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ସରକାର ବିକାଶ ଅଭିବୃଦ୍ଧି ଲାଗି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି। ଆର୍ଥିକ ବିକାଶ ଆଗେଇବାରେ ଥିବା ସମସ୍ତ ବାଧାକୁ ଚିହ୍ନଟ କରି ଦୂର କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏଥିଲାଗି ମାନୁଫାକ୍‌ଚରିଂ ସେକ୍ଟରକୁ ପାଣ୍ଠି ଯୋଗାଣ ସୁନିଶ୍ଚିତ କରାଯିବା ସହ ଜିଡିପି ବୃଦ୍ଧି ଲାଗି ଉତ୍ସାହିତ ।
ପ୍ରାପ୍ତ ସୂତ୍ର ଅନୁଯାୟୀ ବିକାଶ ବୃଦ୍ଧି ଲାଗି ସରକାର ଯେଉଁ ରଣନୀତି ଆପଣାଇବାକୁ ଯାଉଛନ୍ତି, ସେଥିରେ ଜିଏସ୍‌ଟି ହ୍ରାସର ପ୍ରସ୍ତାବକୁ ସାମିଲ କରାଯାଇନାହିଁ। କାରଣ ଦେଶରେ ଟିକସ ହାର ପୂର୍ବରୁ କମ୍‌ ରହିଛି ବୋଲି ସରକାର ମନେ କରୁଛନ୍ତି। ଅଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ନିକଟରେ ଶିଳ୍ପ ଜଗତ, ବ୍ୟାଙ୍କ, ବିଦେଶୀ ଓ ଘରୋଇ ନିବେଶକ ସମେତ ବିଭିନ୍ନ ପକ୍ଷ ସହ ଆଲୋଚନା କରିସାରିଛନ୍ତି। ସେମାନଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟା ଆଧାରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଉଛି, ଯାହାକୁ ଖୁବଶୀଘ୍ର ଘୋଷଣା କରାଯିବ। ବ୍ୟାଙ୍କ,ଏମ୍‌ଏସ୍‌ଏମ୍‌ଇ ଓ ଅଟୋ ଶିଳ୍ପ ପ୍ରତିନିଧିଙ୍କ ସହ ଅର୍ଥମନ୍ତ୍ରୀଙ୍କ ଆଲୋଚନାକାଳରେ ସମସ୍ୟା ସୃଷ୍ଟି କରୁଥିବା କେତେକ ବିନ୍ଦୁକୁ ସାମ୍ନାରେ ରଖାଯାଇଥିଲା। ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆର୍ଥିକ ବିକାଶ ବୃଦ୍ଧି କରିବା ଲାଗି ଦେଖାଦେଇଥିବା ସମସ୍ତ ବାଧାକୁ ଦୂର କରାଯିବ। ଏହାଦ୍ୱାରା ଶିଳ୍ପ ଜଗତର ସମସ୍ତ ଚିନ୍ତା ଦୂର ହୋଇଯିବ। ସେମାନଙ୍କୁ ଋଣ ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯିବ ଏବଂ ନିବେଶ ଖର୍ଚ୍ଚ କମାଇବା ଲାଗି କେତେକ ନୀତିକୁ ଆହୁରି ସରଳ କରାଯିବ। ସରକାର ଚଳିତ ଆର୍ଥିକ ବର୍ଷ ଲାଗି ଜିଡିପି ଅଭିବୃଦ୍ଧି ହାର ୭% ଧାର୍ଯ୍ୟ କରିଛନ୍ତି ଏବଂ ପ୍ରଥମ ତ୍ରୈମାସରେ ଏହି ଦିଗରେ ଜିଡିପି ବୃଦ୍ଧି ହେଉଛି ବୋଲି ସେ କହିଛନ୍ତି। ଜିଏସ୍‌ଟି ଅଧୀନରେ ପ୍ରଥମ ତ୍ରୈମାସରେ ଆଦାୟ ୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପ୍ରତ୍ୟକ୍ଷ ଟିକସ ୧୨.୯ ପ୍ରତିଶତ ବଢ଼ିଛି। ସେହିପରି କର୍ପୋରେଟ ଟିକସ ଆଦାୟ ଆଲୋଚ୍ୟ ମାସରେ ୧୩.୩% ସହ ସ୍ଥିର ରହିଛି। ଉତ୍ପାଦନ ହ୍ରାସ ପାଉଥିଲେ ସୁଦ୍ଧା ଜିଏସ୍‌ଟି ଆଦାୟ ହାରାହାରି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri