ବିକାଶର ଆଁଖିରେ ବଢ଼ୁଛେ ଆବୁ: ଟଁକା ଯୁଗାଡ଼ ଚିନ୍‌ତାରେ ଗରିବ୍‌ ମା’ବାପ୍‌

କୋକସରା,୨୫।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତୋମୁଣ୍ଡା ପଁଚେତ୍‌ ଅଧୀନ ଚୋରଣିଦୁଆର ଗାଁର ମଙ୍ଗଲେ ମାଝି ଆର ତ୍ରୀନାଥ ମାଝିକଁର ପୁଓ ବିକାଶ ମାଝି(୫)। ସେ ଜନମ୍‌ ବେଲେ ଠିକ୍‌ଠାକ୍‌ ଥିଲାବେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ରେ ଗୁଟେ ଆବୁ ବଢ଼ତେଲ ଯାଉଛେ। ମା’ବାପ୍‌ ଆସର ପାସର ଡାକ୍‌ତରଖାନାମାନକେ ପୁଓର ଚିକିସତ୍ା କରେଇ ନିରାଶ ହେଇଛନ୍‌। ଏହେଦେ ଟଁକା ପଏସା ଅଭାବୁ ମା’ବାପ୍‌ ପୁଓର ଉଚ ଚିକିସତ୍ା କରେଇ ନାଇଁପାରି ଭଗବାନ ଭରସାରେ ରହିଛନ୍‌।
ସୂଚନା ଅନ୍‌ସାରେ ବିକାଶ ମାଝି ଜନମ୍‌ ବେଲେ ପୂରା ଠିକ୍‌ଠାକ୍‌ ଥିଲେ। ହେଲେ ପାଖାପାଖି ବଛ୍‌ରେ ହେଲା ତାକର ଭୁଜନି ଆଏଁଖ୍‌ଥି ଗୁଟେ ଆବୁ ବାହାରଲା। ମା’ବାପ୍‌ ପୁଓକେ ଧର୍ମଗଡ଼ ଡାକ୍‌ତାରଖାନାରେ ଚିକିସତ୍ା କରେଇ ଉଷୋକଷା କଲେ। ହେଲେ କିଛି ଲାଭ ନାଇଁ ହେଲା। ପଛେ ପରିବାର ଲୋକ ବିକାଶକେ ଭବାନୀପାଟଣା ଡାକ୍‌ତରଖାନାରେ ଆଁଖି ଡାକ୍‌ତରକୁଁ ଦେଖେଇ ଉଷୋକଷା କଲେ। ସେଥ୍‌ରେ ବି କିଛି ଲାଭ ନାଇଁହେଲାରୁ ଶେଷେ ଡାକ୍‌ତର ଅପରେଶନ କରବାକେ ପରାମଶ ଦେଇଥିବାର ପରିବାର ଲୋକ କହିଛନ୍‌। ଇଆଡ଼େ ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ଯେନ୍‌ଥିରଲାଗି ମା’ବାପ୍‌ ପୁଓର ଚିକିସତ୍ା କରେଇ ନାଇଁପାରି ଘରେ ପକେଇ ରଖିଛନ୍‌। ଇଆଡ଼େ ଦିନୁଦିନ୍‌କେ ବିକାଶର ଆଏଁଖ୍‌ଥି ଆବୁଟା ବଢ଼ତେଲ ଗଲାବେଲେ ସେ ଦରଦ୍‌ରେ ଛଟପଟ ହେଉଛନ୍‌। ଏହେଦେ ସେ ଗୁଟେ ଆଏଁଖ୍‌ଥି ଦେଖିପାରୁଛନ୍‌। ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ସାମିଲ ହେବାର ଲାଗି ବାରବାର ଆବେଦନ କରି ନିରାଶ ହେଇଛନ୍‌। ଏନ୍‌ତାଥି ମା’ବାପ୍‌ ସବୁଆଡ଼ୁ ନିରାଶ ହେଇ ପୁଓର ଚିକିସତ୍ା ଲାଗି ସରକାରୀ ସାହାଯ୍‌କେ ଟାକିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠୀକୁଁ ପଚରାଲାରୁ ମୁଇଁ ଇ ଘଟନା ବାବ୍‌ଦେ ଡାକ୍‌ତରକୁଁ ଜନେଇ ଦେଉଛେଁ। ଡାକ୍‌ତରି ଦଲ ଗାଁକେ ଯାଇ ବିକାଶର ପରୀକ୍ଷା ନିରୀକ୍ଷା କରବେ, ତା’ପରେ ଯେନ୍‌ଟା ହେବା ସରକାରୀ ଚିକିସତ୍ା ସାହାଯ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।