Posted inଫୁରସତ

ବିଏମ୍‌ଡବ୍ଲ୍ୟୁ ଚଲାଉଥିବା ଶିଳ୍ପପତି ଚଢ଼ିଲେ ବଳଦଗାଡ଼ି, ଜାଣନ୍ତୁ କାରଣ

ଭୋପାଳ: ମଧ୍ୟପ୍ରଦେଶର ବାଣିଜ୍ୟ ନଗର ଇନ୍ଦୋର ନିକଟ ପାଲଦା ଉଦ୍ୟୋଗିକ କ୍ଷେତ୍ରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ସାଧାରଣତଃ ଉଦ୍ୟୋଗପତିମାନେ ଶିଳ୍ପକ୍ଷେତ୍ରକୁ ବିଏମ୍‌ଡବ୍ଲ୍ୟୁ ପରି ଗାଡ଼ି ଚଢ଼ି ଆସିଥାନ୍ତି। କିନ୍ତୁ ଜଣେ ଉଦ୍ୟୋଗପତି ବିଏମ୍‌ଡବ୍ଲ୍ୟୁ ଗାଡ଼ି ଛାଡ଼ି ବଳଦଗାଡ଼ି ବା ଶଗଡ଼ରେ ଫ୍ୟାକ୍ଟ୍ରିକୁ ଆସିଥିଲେ। ଜାଣନ୍ତୁ ଏହାର କାରଣ ବିଷୟରେ…
‘ପାଲଦା’ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ଇନ୍ଦୋର ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ। ଦୀର୍ଘବର୍ଷ ଧରି ଏଠାରେ ଥିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅତ୍ୟଧିକ ବର୍ଷା ହେତୁ ରାସ୍ତା ପାଣିକାଦୁଅରେ ପୂରିଯାଏ। ଫଳରେ ଏଥିରେ ଯିବାଆସିବା କରିବା ଅସମ୍ଭବ ହୋଇପଡ଼େ। ଉକ୍ତ ରାସ୍ତାକୁ ବିରୋଧ କରି ପାଲଦା ଇଣ୍ଡଷ୍ଟ୍ରିଆଲ କମ୍ପାନୀ ଅଧିକାରୀମାନେ ସେମାନଙ୍କ ଗାଡିଗୁଡ଼ିକୁ ଶିଳ୍ପାଞ୍ଚଳ ବାହାରେ ରଖି ସାମଗ୍ରୀ ପରିବହନ କରୁଥିବା ବଳଦଗାଡ଼ିରେ କାରଖାନାରେ ପହଞ୍ଚିଥିଲେ।
ଉଦ୍ୟୋଗପତିଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତା ଖରାପ ଥିବା ବେଳେ ଉଦ୍ୟୋଗପତିଙ୍କ କାନ୍ଧରେ ଲାପଟପ୍‌ ଏବଂ ହାତରେ ସ୍ମାର୍ଟଫୋନ୍‌ ରହିଥିବା ନଜର ଆସିଛି।
ସୂଚନାଯୋଗ୍ୟ, ପାଲଦା ଶିଳ୍ପ ସଂଗଠନର ଅଧ୍ୟକ୍ଷ ପ୍ରମୋଦ ଜୈନ, ସଚିବ ହରିଶ ନାଗର, ରମେଶ ପଟେଲ ମଧ୍ୟ ସାମିଲ ଥିଲେ। ଏମାନେ ସମସ୍ତେ ଖରାପ ରାସ୍ତାକୁ ବିରୋଧ କରିଆସୁଥିଲେ। ଫଳସ୍ବରୂପ ସେ ବିଏମ୍‌ଡବ୍ଲ୍ୟୁ ପରି ଦାମୀ ଗାଡ଼ି ଛାଡ଼ି ବଳଦଗାଡ଼ି ବା ଶଗଡ଼ରେ ଯିବାକୁ ଶ୍ରେୟ ମନେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?