ବିଇଓ ଅଫିସ୍‌ ମୁଖ୍ୟ ଫାଟକରେ ତାଲା : ପ୍ରଶାସନ ଚୁପ୍‌

ଉଦଳା,୩୧ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ (ବିଇଓ ଅଫିସ) ମୁଖ୍ୟ ଫାଟକରେ ୨ଦିନ ହେବ ତାଲା ପକାଇ ଆନ୍ଦୋଳନକାରୀମାନେ ଧାରଣାରେ ବସିଛନ୍ତି । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରି ହାତବାନ୍ଧି ବସିଛି । ଏହି ବ୍ଲକ ଅଧୀନସ୍ଥ ଦରିକୁଲା ପ୍ରାଥମିକ ବିଦ୍ୟାଳୟକୁ ବେଗୁନିଆଡିହା ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିବାରୁ ଦରିକୁଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ମଙ୍ଗଳବାରଠାରୁ ବିଇଓ ଅଫିସ୍‌ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଧାରଣାରୁ ଓହରିବେ ନାହିଁ ବୋଲି ସେମାନେ ଯିଦରେ ଅଟଳ ରହିିଛନ୍ତି। ଧାରଣା ଯୋଗୁ ବିଇଓ କାର୍ଯ୍ୟାଳୟ ୨ଦିନ ହେବ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ମୁଖ୍ୟ ଫାଟକଠାରୁ ଘରକୁ ଫେରିଯାଉଥିତ୍ବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଇଓ ସୁଧାକର ବେହେରାଙ୍କୁ ପଚାରିବାରୁ ସେ ଉପଜିଲାପାଳ ଏବଂ ଶିକ୍ଷା ଜିଲା ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଦ୍ରାଭିଡ- ଅନିଲ କୁମ୍ବଲେଙ୍କୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ମିଳିଲା ବିଶେଷ ସମ୍ମାନ

ନୂଆଦିଲ୍ଲୀ,୧୪।୨: ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦୁଇ ପୂର୍ବତନ ଭାରତୀୟ ମହାନ ଖେଳାଳି ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କୁ ବିଶେଷ ସମ୍ମାନ ମିଳିଛି। ଭେଙ୍କଟେଶ ପ୍ରସାଦଙ୍କ ନେତୃତ୍ୱରେ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Bangladesh Election 2026: ତାରିକ ରହମାନଙ୍କ ବିଜୟ ପରେ ବିଦାୟ ନେବେ କେୟାର ଟେକର ‘ୟୁନୁସ’, ଏବେ କ’ଣ ରହିଛି ଯୋଜନ? ଜାଣନ୍ତୁ…

ଢାକା,୧୪।୨: ବାଂଲାଦେଶ ବର୍ତ୍ତମାନ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଅଛି। ଆୱାମୀ ଲିଗର ପତନ ପରେ, ନୋବେଲ ଶାନ୍ତି ପୁରସ୍କାର ବିଜେତା ଡକ୍ଟର ମହମ୍ମଦ ୟୁନୁସ କ୍ଷମତାର…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଅନଲାଇନ ଠକେଇରୁ କେମିତି ପାଇବେ ରକ୍ଷା

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି କାନାରା ବ୍ୟାଙ୍କ ଶାଖା ପକ୍ଷରୁ…

୫ ଓଏଏସ୍‌ ଅଧିକାରୀଙ୍କ ବଦଳି: ଜାଣନ୍ତୁ କିଏ କେଉଁଠାକୁ ଗଲେ

ଭୁବନେଶ୍ୱର,୧୪ା୨(ରବିନାରାୟଣ ଜେନା):ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ୫ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌-କନିଷ୍ଠ) ଅଧିକାରୀଙ୍କୁ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ରାପଡ଼ା- ମହାକାଳପଡ଼ାର ପୂର୍ବତନ ବିଡିଓ ସୌମ୍ୟାଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri