ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳର ସାରକୁବନ୍ଧ ନାଳ ଉପରେ ପୋଲ ନିର୍ମାଣ ହେବା କଷ୍ଟକର ହୋଇଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ଏଠାରେ ଏକ ଝୁଲାପୋଲ ନିର୍ମାଣ ପରେ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।
ବିଏସ୍‌ଏଫ୍‌ ଯବାନଙ୍କ ପ୍ରହରାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। କିନ୍ତୁ ରାଲେଗାଡ଼ା ପଞ୍ଚାୟତ ସହ ବିଭିନ୍ନ ପଞ୍ଚାୟତ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ। ରାଲେଗାଡ଼ା ପଞ୍ଚାୟତକୁ ଗମନାଗମନ ପାଇଁ ପ୍ରତିବନ୍ଧକ ସାଜିଥିଲା ସାରକୁବନ୍ଧ ନାଳ। ଆଗରୁ ଲୋକେ ମରଣ ସହ ଲଢ଼ି ଯାତାୟାତ କରୁଥିଲେ। ଆଜି ସେଠାରେ ଝୁଲାପୋଲ ହେବା ପରେ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନ ଆସିଲେ ଏମାନେ ଜଳବନ୍ଦୀ ଜୀବନଯାପନ କରୁଥିଲେ। ଗାଁକୁ ଆସିପାରୁ ନ ଥିଲା ଆମ୍ବୁଲାନ୍ସ। ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଘୋଡ଼ା କିମ୍ବା ଖଚର। ହେଲେ ଏବେ ସାରକୁବନ୍ଧର ଚିତ୍ର ବଦଳିଯାଇଛି। ଦୀର୍ଘଦିନର ପ୍ରୟାସ ପରେ ସରକାରୀସ୍ତରରେ ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତକୁ ଯିବା ପାଇଁ ନିର୍ମାଣ କରାଯାଇଛି ଏକ ଝୁଲାପୋଲ।  ଏହି ପୋଲ ଯୋଗୁ ସିଧାସଳଖ ଯୋଡ଼ି ହୋଇଛି ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତର ଅନେକ ଗ୍ରାମ। ଏଠାରେ ପୋଲ ନିର୍ମାଣ ପରେ ଗାଁକୁ ଗାଡ଼ି, ଆ୍‌ମ୍ବୁଲାନ୍ସ ଆସିପାରୁଛି ଓ ଛାତ୍ରୀଛାତ୍ର ବିଦ୍ୟାଳୟକୁ ମଧ୍ୟ ଯାଇପାରୁଛନ୍ତି ବୋଲି ଗ୍ରାମର ବୋଲି ସାଧୁ ଖିଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri