ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳର ସାରକୁବନ୍ଧ ନାଳ ଉପରେ ପୋଲ ନିର୍ମାଣ ହେବା କଷ୍ଟକର ହୋଇଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ଏଠାରେ ଏକ ଝୁଲାପୋଲ ନିର୍ମାଣ ପରେ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।
ବିଏସ୍‌ଏଫ୍‌ ଯବାନଙ୍କ ପ୍ରହରାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। କିନ୍ତୁ ରାଲେଗାଡ଼ା ପଞ୍ଚାୟତ ସହ ବିଭିନ୍ନ ପଞ୍ଚାୟତ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ। ରାଲେଗାଡ଼ା ପଞ୍ଚାୟତକୁ ଗମନାଗମନ ପାଇଁ ପ୍ରତିବନ୍ଧକ ସାଜିଥିଲା ସାରକୁବନ୍ଧ ନାଳ। ଆଗରୁ ଲୋକେ ମରଣ ସହ ଲଢ଼ି ଯାତାୟାତ କରୁଥିଲେ। ଆଜି ସେଠାରେ ଝୁଲାପୋଲ ହେବା ପରେ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନ ଆସିଲେ ଏମାନେ ଜଳବନ୍ଦୀ ଜୀବନଯାପନ କରୁଥିଲେ। ଗାଁକୁ ଆସିପାରୁ ନ ଥିଲା ଆମ୍ବୁଲାନ୍ସ। ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଘୋଡ଼ା କିମ୍ବା ଖଚର। ହେଲେ ଏବେ ସାରକୁବନ୍ଧର ଚିତ୍ର ବଦଳିଯାଇଛି। ଦୀର୍ଘଦିନର ପ୍ରୟାସ ପରେ ସରକାରୀସ୍ତରରେ ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତକୁ ଯିବା ପାଇଁ ନିର୍ମାଣ କରାଯାଇଛି ଏକ ଝୁଲାପୋଲ।  ଏହି ପୋଲ ଯୋଗୁ ସିଧାସଳଖ ଯୋଡ଼ି ହୋଇଛି ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତର ଅନେକ ଗ୍ରାମ। ଏଠାରେ ପୋଲ ନିର୍ମାଣ ପରେ ଗାଁକୁ ଗାଡ଼ି, ଆ୍‌ମ୍ବୁଲାନ୍ସ ଆସିପାରୁଛି ଓ ଛାତ୍ରୀଛାତ୍ର ବିଦ୍ୟାଳୟକୁ ମଧ୍ୟ ଯାଇପାରୁଛନ୍ତି ବୋଲି ଗ୍ରାମର ବୋଲି ସାଧୁ ଖିଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସୁରକ୍ଷା

ରାୟଗଡା,୧।୪(ଭାଗ୍ୟଶ୍ରୀ ମିଶ୍ର): ସାରା ରାଜ୍ୟରେ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି l ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri