ବାସ୍ତୁ ଅନୁଯାୟୀ ଘରର ରଙ୍ଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ଦିଗ ଓ ଘର ମାଲିକଙ୍କ ଜନ୍ମତିଥି ଅନୁସାରେ ଘରକୁ ରଙ୍ଗ କରାଯିବା ଉଚିତ। କାରଣ ପ୍ରତ୍ୟେକ ଦିଗ ପାଇଁ ଏକ ରଙ୍ଗ ଥାଏ। ହୋଇପାରେ ଏହା ଘରର ମାଲିକଙ୍କ ସହ ମେଳ ନ ଖାଇପାରେ। ସେଥିପାଇଁ ଘର ମାଲିକଙ୍କୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରକୁ ରଙ୍ଗ କରାଇବା ଜରୁରୀ।

ଉତ୍ତର-ପୂର୍ବ ପାଇଁ ହାଲୁକା ନୀଳ, ପୂର୍ବ ଧଳା କିମ୍ବା ହାଲୁକା ନୀଳ, ଦକ୍ଷିଣ-ପୂର୍ବ ଦିଗ ଅଗ୍ନି ସହ ଜଡିତ। ତେଣୁ କମଳା, ଗୋଲାପୀ କିମ୍ବା ସିଲ୍‌ଭର ରଙ୍ଗ ଉର୍ଜା ବଢ଼ାଇବା ଲାଗି ବ୍ୟବହାର କରିପାରିବେ। ଉତ୍ତର ଦିଗ ପାଇଁ ସବୁଜ ରଙ୍ଗ ଭଲ। ଉତ୍ତର-ପଶ୍ଚିମ ଦିଗ ବାୟୁ ସହ ଜଡିତ। ତେଣୁ ଧଳା, ହାଲୁକା ଗ୍ରେ, କ୍ରିମ୍‌ ରଙ୍ଗ ପରଫେକ୍ଟ। ପଶ୍ଚିମ ଦିଗ ବରୁଣଙ୍କର ଅଟେ। ତେଣୁ ନୀଳ ଓ ଧଳା ରଙ୍ଗ ସର୍ବଶ୍ରେଷ୍ଠ। ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଘରେ ଓଦା ମାଟି ରଙ୍ଗ, ହାଲୁକା ବ୍ରାଉନ୍‌ ରଙ୍ଗ ଦେଇପାରିବେ। ଦକ୍ଷିଣ ଦିଗରେ ଲାଲ ଓ ହଳଦିଆ ରଙ୍ଗ ଦେଇପାରିବେ।

ମାଷ୍ଟର ବେଡ୍‌ରୁମ- ଏହା ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଭଲ। ଆଉ ନୀଳ ରଙ୍ଗ ଦେବେ।

ଗେଷ୍ଟ ରୁମ୍‌/ଡ୍ରଇଂ ରୁମ୍‌-ଏହି ରୁମ୍‌ ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ। ଆଉ ଧଳା ରଙ୍ଗ ଦେଲେ ଭଲ।

ପିଲାଙ୍କ ରୁମ୍‌- ଉତ୍ତର-ପଶ୍ଚିମ ଦିଗ ଏହି ରୁମ୍‌ ପାଇଁ ଶ୍ରେୟସ୍କର। ଏହି ରୁମ୍‌କୁ ଧଳା ରଙ୍ଗ ଦେବା ଉଚିତ।

ରୋଷେଇ ଘର- ଦକ୍ଷିଣ ପୂର୍ବ ଦିଗରେ ଏହି ରୁମ୍‌ କରିବା ଉଚିତ। ଆଉ ଏହି ରୁମ୍‌ର କାନ୍ଥ ରଙ୍ଗ କମଳା ଓ ଲାଲ କରନ୍ତୁ।

ଘର ବାହାରର ରଙ୍ଗ- ହାଲୁକା ହଳଦିଆ, ଅଫ୍‌ ହ୍ବାଇଟ୍‌, ହାଲୁକା ଗୋଲାପୀ କମଳା ରଙ୍ଗ ସବୁ ରାଶି ପାଇଁ ଭଲ ା ତେଣୁ ଏହାକୁ ଦେଇପାରିବେ।