ବାସନ ମାଜି ଚଳୁଛନ୍ତି ପୂର୍ବତନ ସରପଞ୍ଚ

ଆଠମଲ୍ଲିକ, ୮ା୩(ଡି.ଏନ.ଏ.) – ଦିନେ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ସହ ସେମାନଙ୍କ ଅସୁବିଧାରେ ପାଖରେ ଛିଡା ହେଉଥିବା ଜଣେ ପୂର୍ବତନ ସରପଞ୍ଚ ଏବେ ଦି ଓଳି ଖାଇବାକୁ ସଂଘର୍ଷ କରୁଛନ୍ତି। ରହିବାକୁ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଚାଳିଆରେ ପଡିରହିଥିବାବେଳେ ପେଟ ପାଇଁ ଅନ୍ୟ ଘରେ ବାସନ ମାଜିବାକୁ ପଡୁଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁଶିଳା ନାଏକ ଦୀର୍ଘ ୭ ବର୍ଷ ହେଲା ଏଭଳି ଦୁର୍ଦ୍ଦଶାରେ ବଞ୍ଚୁଥିଲେ ବି ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ତାଙ୍କ ପାଇଁ କରାଯାଇ ନ ଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୁଶିଳା ୧୯୯୭ରେ ଅଏଡା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୫ ବର୍ଷ ମଧ୍ୟରେ ସେ ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ଯ୍ୟ କରିବା ସହ ଅନେକ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଇଛନ୍ତି। ହେଲେ ଏବେ ନିଜେ ଦି ଓଳି ଖାଇବା ଓ ରହିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ୨୦୧୨ରେ ଦୁଶିଳାଙ୍କ ସ୍ବାମୀ ନରେନ୍ଦ୍ରଙ୍କ ପରଲୋକ ଘଟିଥିଲା। ଏହାପରଠାରୁ ହିଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରିବା ସହ ଭୁବନେଶ୍ବର ଯାଇ ପର ଘରେ କଂସାବାସନ ମଧ୍ୟ ମାଜୁଛନ୍ତି। ଏ ବିଷୟରେ ଦୁଶିଳା କୁହନ୍ତି, ସରପଞ୍ଚ ଥିବା ବେଳେ ସରକାର ଅଳ୍ପ ସଂଖ୍ୟକ ଇନ୍ଦିରା ଆବାସ ପଞ୍ଚାୟତକୁ ଯୋଗାଉ ଥିଲେ। ଗରିବ ଲୋକଙ୍କୁ ସେହି ଘର ବାଣ୍ଟି ଦେଉଥିଲି। ଘରଟିଏ ପାଇଁ କେବେ ଆବେଦନ କରିନାହିଁ। ସରକାର ଏତେ ସର୍ଭେ କରି ମଧ୍ୟ ମୋ ଗାଁ ବାହାଳି ଟିକିରା ସାହିର ଅନେକ ଗରିବ ବିଧବାଙ୍କ ନାମ ସର୍ଭେ ଲିଷ୍ଟରେ ରଖିପାରିନାହାନ୍ତି। ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କୁହନ୍ତି, ୨୦୨୨ ସୁଦ୍ଧା ରାଜ୍ୟ ସରକାର ଚାଳ ଘର ଥିବା ଲୋକଙ୍କୁ ପକ୍କା ଘର ଯୋଗାଇଦେବେ। ଏ ନେଇ ସର୍ଭେ ସରିଛି। ଯଦି ଦୁଶିଳାଙ୍କ ନାମ ତାଲିକାରେ ଥିବା ତେବେ ତାଙ୍କୁ ଘର ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri