Categories: ରାଜ୍ୟ

ବାଲି ବୋଝେଇ ଟ୍ରାକ୍ଟର ଜବତ

ବିଞ୍ଝାରପୁର,୭ା୬(ଡି.ଏନ୍‌.ଏ.)- ବିଞ୍ଝାରପୁର ତହସିଲ ଅଞ୍ଚଳର ବିଭିନ୍ନ ବାଲିଘାଟରୁ ବେଆଇନଭାବେ ବାଲି ଉଠାଣ ହେଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହେଉଥିଲା। ଏହି ଅଭିଯୋଗ ପରେ ବିଞ୍ଝାରପୁର ପୋଲିସ ଗୁରୁବାର ଖରସ୍ରୋତା ନଦୀ ମନେଇଘାଟରେ ଚଢାଉକରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଥାନାରେ ଅଟକ ରଖିଛି। ଥାନା ଅଧିକାରୀ ଶିବ ଚରଣ ବେହେରାଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା।