ବାଲି ଚୋରି ରୋକିବାରେ ପ୍ରଶାସନ ନାଚାର: ଘାଟରେ ଖୋଳାଗଲା ନାଳ

ଭଣ୍ଡାରିପୋଖରୀ, ୨୨ା୧୨(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ଘାଟରୁ ଚୋରାରେ ବାଲି ପରିବହନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ବାଲିଚୋରିକୁ ରୋକିବା ପାଇଁ ତହସିଲ ପକ୍ଷରୁ ଏକ ସ୍କ୍ବାଡ ଗଠନ କରାଯାଇ ବିଭିନ୍ନ ଘାଟରେ ଚଢ଼ାଉ କରାଯାଉଛି। ବାଲି ମାଫିଆମାନେ ଆଗୁଆ ସୁରାକ ପାଇ ଘାଟରୁ ଗାଡ଼ି ଉଠାଇ ଫେରାର ହେଉଯାଉଥିବାରୁ ସ୍କ୍ବାଡକୁ ଖାଲି ହାତରେ ଫେରିବା ସାର ହେଉଛି। ତେବେ ଶନିବାର ତହସିଲ ପକ୍ଷରୁ ଏକ ସ୍କ୍ବାଡ ବୈତରଣୀ ନଦୀର ବାଲିପୋଖରୀ ପଞ୍ଚାୟତର କୁମ୍ଭାରିଆଠାରେ ଦୁଇଟି ଘାଟ ଓ ବାଲିପୋଖରୀ ଏସ୍‌କେପ୍‌ଠାରେ ଦୁଇଟି ସ୍ଥାନ ସମେତ ଅନ୍ୟ ଏକ ସ୍ଥାନରେ ନଦୀ ଭିତରକୁ ଗାଡ଼ି ଯାଇ ବାଲି ଯେମିତି ଆଣି ନ ପାରିବ ସେଥିଲାଗି ଜେସିବି ସାହାଯ୍ୟରେ ୭ ଫୁଟ ଗଭୀର ଓ ୨୫ ରୁ ୩୦ ଫୁଟ ଲମ୍ବର ନାଳ ଖୋଳିିଛନ୍ତି। ବାଲି ଚୋରି ରୋକିବା ସକାଶେ ତହସିଲ ସ୍କ୍ବାଡକୁ ସହଯୋଗ କରିବା ଲାଗି ଥାନାରୁ ଆସିଥିବା ଏକ ଟିମ୍‌ ରବିବାର ସକାଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ, ସୁପରଭାଇଜର ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ତହସିଲର ବନ୍ଦାଳୋ, ମଢିଆଳୀ, ଝୁଟଣା ଆଦି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେହି ଧରାପଡ଼ି ନ ଥିଲେ। ତେବେ ସେମାନେ ଫେରିବା ସମୟରେ ୧୬ ନଂ ଜାତୀୟ ରାଜପଥର ଭାଗଡ଼ା ନିକଟରୁ ଏକ ବାଲି ବୋଝେଇ ହାଇୱା ଟ୍ରକ ଭଦ୍ରକ ଆଡ଼କୁ ଯାଉଥିବା ଦେଖି ଅଟକାଇଥିଲେ। ଚାଳକ ୱାଇ ଫର୍ମ ପୂରଣ ହୋଇଥିବା ଦେଖାଇବା ସତ୍ତ୍ୱେ ଦସ୍ତଖତ ନ ଥିବାରୁ ହାଇୱାଟିକୁ ଜବତ କରି ଭଣ୍ଡାରିପୋଖରୀ ଥାନାରେ ରଖାଯାଇଛି। ରବିବାର ଥିବାରୁ ଜରିମାନା ଆଦାୟ ହୋଇନାହିଁ। ଏହି ତହସିଲର ମଣିନାଥପୁର, ମୁଢ଼ାପଦା ଅଞ୍ଚଳରୁ ରାତିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବାରୁ ଏହାକୁ ରୋକିବା ପାଇଁ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ରାତିରେ ସ୍କ୍ବାଡ ନେଇ ବିଭିନ୍ନ ଘାଟରେ ଚଢ଼ାଉ କରିବେ ବୋଲି ସୂଚନା ମିଳିଛିି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri