ବାଲିଯାତ୍ରା ପାଇଁ ବାଲି ସଂଗ୍ରହ

ବୋରିଗୁମ୍ମା, ୨୩ା୧ (ଡି.ଏନ୍‌.ଏ.) ବୋରିଗୁମ୍ମା ଐତିହାସିକ କୃଷି ପର୍ବ ବାଲିଯାତ୍ରା ନିମନ୍ତେ ବୁଧବାର ବାଲି ସଂଗ୍ରହ କରାଯାଇଛି। ଅବିଭକ୍ତ କୋରାପୁଟ ଜିଲାରେ ଏହି ପର୍ବର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏଠାରେ ପ୍ରତିବର୍ଷ ମାଘ ମଣ୍ଢେଇ ଆୟୋଜିତ ହେଉଥିବା ବେଳେ ପ୍ରତି ତିନିବର୍ଷକୁ ଥରେ ବାଲିଯାତ୍ରା ହୋଇଥାଏ। ଚଳିତ ବର୍ଷ ବୁଧବାର ବାଲିଯାତ୍ରା ପାଳିତ ହେଉଥିବା ବେଳେ ଆସନ୍ତା ୩୧ ତାରିଖରେ ମାଘ ମଣ୍ଢେଇ ପାଳିତ ହେବ ା ଏଥିପୂର୍ବରୁ ପୁରାତନ ପରମ୍ପରା ଅନୁଯାୟୀ ପୁରୁଣା ବୋରିଗୁମ୍ମା ବାଲିଘରରୁ ଏକ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସ୍ଥାନୀୟ ଭୈରବ ମନ୍ଦିର ନିକଟସ୍ଥ ପାହାଡ ପାଦଦେଶରୁ ବାଲି ଚାଙ୍ଗୁଡି ନେଇ ବାଲିଗୃହଠାରେ ପହଞ୍ଚିଥିଲେ। ଉକ୍ତ ବାଲି ଚାଙ୍ଗୁଡିରେ ବିିଭିନ୍ନ କିସମର ବିହନ ରଖାଯାଇଥିଲା ା ତାହାକୁ ପୁରୁଣା ବୋରିଗୁମ୍ମା ବାଲିଗୃହରେ ରଖାଯାଇ ପୂଜାର୍ଚ୍ଚନା କରାଯାଏ। ଏହି ବାଲିଯାତ୍ରାରେ ହଜାର ହଜାର ଲୋକ ପାରମ୍ପରିକ ବାଜା ବଜାଇ ଶୋଭାଯାତ୍ରାରେ ଯାଇଥିଲେ ା ଏଥିରେ ବୋରିଗୁମ୍ମା ଅଞ୍ଚଳରେ ବୁଦ୍ଧିଜୀବୀ ଏବଂ ମଣ୍ଢେଇ ଓ ବାଲିଯାତ୍ରା ପରିଚାଳନା କମିଟି ସଭ୍ୟମାନେ ଅଂଶଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର ଏକତରଫା…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri