ବାରଦୁଆର ହେଉଛନ୍ତି ବାବୁଲା

ପରଜଙ୍ଗ, ୨୩।୮(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଅନେକ ଯୋଜନା। ଏଥିପାଇଁ ସରକାରୀସ୍ତରରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ସ୍ବତନ୍ତ୍ର ଶିବିର, ସାମାଜିକ ସଶକ୍ତୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସମସ୍ୟା ମୁକ୍ତ କରିବାକୁ ଯଥାସାଧ୍ୟ ଉଦ୍ୟମ କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର। ହେଲେ ତୃଣମୂଳସ୍ତରରେ ପ୍ରଶାସନିକ ଅବହେଳା ଦିବ୍ୟାଙ୍ଗଙ୍କ ଜୀବନକୁ ଦୁର୍ବିଷହ କରିପକାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ବାହାଣିଆ ସାହିର ବାବୁଲା ବେହେରା। ୮୦% ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ବାବୁଲାଙ୍କ ଭାଗ୍ୟରେ ଜୁଟିନାହିଁ ଆବାସ ଯୋଜନାରେ ଖଣ୍ଡିଏ ଘର। ଏପରି କି ୭୦୦ ବଦଳରେ ୫୦୦ ଟଙ୍କା ଭତ୍ତା ଦିଆଯାଉଛି। ତଥାପି ନ୍ୟାୟ ପାଇବା ଆଶାରେ ସେ ବାରଦୁଆର ହେଉଥିବା କହିଛନ୍ତି।
ବାବୁଲାଙ୍କ କହିବା କଥା, ସେ ଜନ୍ମରୁ ଭିନ୍ନକ୍ଷମ। ତାଙ୍କ ପାଖରେ ଶତକଡ଼ା ୮୦ ଭାଗ ଦିବ୍ୟାଙ୍ଗ ବୋଲି ସାର୍ଟିଫିକେଟ ମଧ୍ୟ ରହିଛି। ସ୍ତ୍ରୀ, ୩ବର୍ଷର ଝିଅ ସହ ସେ ତାଙ୍କ ବାପାଙ୍କ ଆଜବେଷ୍ଟସ୍‌ ଘରେ କଷ୍ଟେମଷ୍ଟେ ରହୁଛନ୍ତି। ୨୦୧୧ରେ ସରକାରୀସ୍ତରରେ ଆବାସ ଯୋଜନାରେ ଘର ପ୍ରଦାନ କରିବାକୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ଉକ୍ତ ତାଲିକାରେ ତାଙ୍କ ନାମ ସାମିଲ ହୋଇଥିଲା। ହେଲେ ଚଞ୍ଚକତା କରି କେହି ନାମକୁ ତାଲିକାରୁ କାଟି ଦେଇଛି। ଏହାପରେ ଘର ଖଣ୍ଡିଏ ପାଇଁ ସେ ପ୍ରଶାସନ ପାଖରେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି। ୨୦୧୮ ନଭେମ୍ବର ୨୬, ଡିସେମ୍ବର ୨୪ରେ ଏ ନେଇ ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ମିଳୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଶତକଡ଼ା ୮୦% ଶାରୀରିକ ଦିବ୍ୟାଙ୍ଗ ହୋଇଥିଲେ ୭ଶହ ଟଙ୍କା ଭତ୍ତା ପ୍ରଦାନ କରିବାକୁ ସରକାରୀସ୍ତରରେ ନିୟମ ଅଛି। ହେଲେ ତାଙ୍କୁ ୫୦୦ ଟଙ୍କା ମିଳୁଛି। ବାକି ୨୦୦ ଟଙ୍କା କୁଆଡ଼େ ଯାଉଛି ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅବହେଳାର ଶିକାର ହୋଇଥିଲେ ମଧ୍ୟ ବାବୁଲା ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିଥିବା କହିଛନ୍ତି।
ଏ ନେଇ ବିଡିଓ ବସନ୍ତ କୁମାର ମଲ୍ଲିକ କୁହନ୍ତି, କେଉଁ ପରିସ୍ଥିତିରେ ଏବଂ କିଏ ବାବୁଲାଙ୍କ ନାମକୁ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ଦେଇଛି ତାହାର ତଦନ୍ତ କରାଯିବ। ଏବେ ଏସିସିସି ଲିଷ୍ଟରେ ନାମ ସଂଯୋଗ କରାଯାଉଛି। ଅଭିଯୋଗକାରୀଙ୍କୁ ଏଥିରେ ସାମିଲ କରିବାକୁ ଫର୍ମ ପୂରଣ କରାଯାଇଛି। ଖୁବ୍‌ଶୀଘ୍ର ବାସଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଏଥିସହ ବର୍ଦ୍ଧିତ ଭତ୍ତା ମଧ୍ୟ ପ୍ରଦାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri