ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର ଅଭିନେତା ତଥା ଆକ୍ସନ ମାଷ୍ଟର ବାପି ପଣ୍ଡାଙ୍କ ଆଖିରେ ଆଖିଏ ସ୍ବପ୍ନ। ହେଲେ ନିଜର ଅଭିନ ଦକ୍ଷତା ତାଙ୍କୁ ଦେଇଥିଲା ନିଆରା ପରିଚୟ। ବର୍ଷ କେଇଟାରେ ସେ ଅପେରା ପ୍ରେମୀଙ୍କ ହୃଦୟରେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ନିଜର ସଫଳତାକୁ ନେଇ ସେ କହନ୍ତି, ଏସବୁ ମୂଳରେ ଦର୍ଶକଙ୍କୁ ସବୁ ଶ୍ରେୟ ଦେବି। ସେମାନେ ନ ଥିଲେ ଆଜି ମୁଁ ଅପେରା ଜଗତରେ ନ ଥାନ୍ତି। ଯେ କୌଣସି ନାଟକ ହେଉ ଅବା ଭୂମିକା ତାକୁ କିପରି ସଠିକ୍‌ ଭାବରେ ତୁଲାଇବି ସେ ନେଇ ବେଶ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନିଏ। ଦର୍ଶଙକ ପାଇଁ ବାପି ପଣ୍ଡା। ସେମାନେ ମୋତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହା ମୁଁ କଦାପି ସୁଝି ପାରିବି ନାହିଁ।’ ବାପିଙ୍କ ଅଭିନୟ ଜୀବନରେ ଅନେକ ସୁଖଦ ହେଉ କି ଦୁଃଖଦ ଘଟଣା ଘଟିଯାଇଛି। ସେଗୁଡିକ ମଧ୍ୟରୁ ତାଙ୍କର ଗୋଟିଏ ରୋମାଞ୍ଚକର କଥା ଏବେ ବି ମନେ ପଡିଥାଏ। ସେ ବିଷୟରେ ବାପି କହନ୍ତି, ଗୌରୀ ଗଣନାଟ୍ୟ ପରିବେଷିତ ସୁପରହିଟ୍‌ ନାଟକ ‘ଅର୍ଦ୍ଧାଙ୍ଗିନୀ’ର ଇନ୍ସପେକ୍ଟର ସିଦ୍ଧାର୍ଥ ଚରିତ୍ରରେ ମୁଁ ଅଭିନୟ କରିଥିଲି। ଏହି ନାଟକର ଟାଇଟଲ ପଛରେ ଲୁଚି ରହିଛି ଏକ ମଜାଦାର କଥା। ଗୋଟିଏ କଥା-ଏହା ହେଉଛି ମୋ କ୍ୟାରିୟରର ଅନ୍ୟତମ ସ୍ମରଣୀୟ ନାଟକ। ନାଟକର କାହାଣୀ ରଚନା ସମୟର କଥା। ସେଥିରେ ବ୍ୟସ୍ତ ଥାଆନ୍ତି ଆଶୁତୋଷ ସାର୍‌ (ଇଂ ଆଶୁତୋଷ ମହାପାତ୍ର) ।
ତା’ ସହ ଏହାର ଟାଇଟଲ କ’ଣ ଦିଆଗଲେ ତାହା ଦର୍ଶକଙ୍କୁ ଇମ୍ପ୍ରେଶ କରିବ ସେ ତାକୁ ନେଇ ବିଚାରବିମର୍ଶ ଚାଲିଥାଏ। ସେତିକିବେଳେ ମୋ ମୋବାଇଲକୁ ଘରୁ ଫୋନ୍‌ ଆସିଲା। ଧର୍ମପତ୍ନୀଙ୍କ ନାମକୁ ମୁଁ ‘ମୋ ଅର୍ଦ୍ଧାଙ୍ଗିନୀ’ ବୋଲି ସେଭ୍‌ କରିଥାଏ। ବାସ୍‌, ସତେଯେମିତି ଆମକୁ ଖୋଜିଲା ଚିଜ ମିଳିଗଲା। ନାଟକଟିର ଟାଇଟଲ ‘ଅର୍ଦ୍ଧାଙ୍ଗିନୀ’ ରହିଲେ କେମିତି ହେବ ବୋଲି ମୁଁ କହିବା ପରେ ତାହାକୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଆଶୁତୋଷ ସାର୍‌ ଗ୍ରହଣ କରିଥିଲେ। ଏବେ ବି ନାଟକଟିର ପ୍ରତିଟି ସିକୁଏନ୍ସ ଏବେ ବି ମୋ ଆଖି ସାମ୍‌ନାରେ ଭାସିଯାଉଛି। ଏହି ନାଟକରେ ମୋ ବ୍ୟତୀତ ସୁବାସ ବେହେରା, ଟୁନି ପ୍ରମୁଖ କଳାକାରଙ୍କୁ ଗୁରୁତ୍ୱପୂର୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?