ବାପା ହେଲମେଟ୍‌ ନ ପିନ୍ଧିଲେ ଗାଡ଼ିରେ ବସନି

ବ୍ରହ୍ମପୁର ଅଫିସ୍‌,୨୫ା୮-ପ୍ରତ୍ୟେକ ଜୀବନ ମୂଲ୍ୟବାନ । କିନ୍ତୁ ଅସାବଧାନତା ଯୋଗୁ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ବହୁ ଜୀବନ ହାନି ହେଉଛି ।
ଅନେକ ଲୋକେ ସେମାନଙ୍କ ମୁରବି ହରାଉଛନ୍ତି। ଗୋଟିଏ ଦୁର୍ଘଟଣା ସାରା ପରିବାରକୁ ପ୍ରଭାବିତ କରୁଛି। ଝିଅ ପୁଅଙ୍କ ପାଇଁ ବାପାଙ୍କ ଗୁରୁତ୍ୱ ଢ଼େର୍‌ ଅଧିକ । ଏଣୁ ପିଲାମାନେ ଶପଥ ନିଅ, ଯଦି ଘରୁ ବାହାରିବା ବେଳେ ବାପା ହେଲମେଟ୍‌ ପିନ୍ଧି ନାହାନ୍ତି, ତେବେ ଗାଡ଼ିରେ ବସିବାକୁ ମନା କର ବୋଲି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଶନିବାର ସକାଳେ ବ୍ରହ୍ମପୁର ସେଣ୍ଟ ଭିନ୍‌ସେଣ୍ଟ କନ୍‌ଭେଣ୍ଟ ସ୍କୁଲରେ ଆୟୋଜିତ ଟ୍ରାଫିକ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍‌ପି ମିଶ୍ର ଏହି ପରାମର୍ଶ ଦେଇଥିଲେ। ଏଥି ସହ ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଥିଲେ, ଯଦି କୌଣସି ଅଭିଭାବକ ହେଲମେଟ୍‌ ପିନ୍ଧି ନ ଥିବା ଦୃଷ୍ଟିକୁ ଆସୁଛି, ତେବେ ସେମାନଙ୍କ ଝିଅ ପୁଅଙ୍କ ମୋଟ ମାର୍କରୁ ୫ମାର୍କ କାଟି ଦିଆଯାଉ। ପିଲାମାନଙ୍କୁ ସ୍କୁଲରେ ଛାଡ଼ିବା ଏବଂ ନେବା ସମୟରେ ଯଦି ଅଭିଭାବକମାନେ ହେଲପେଟ୍‌ ପିନ୍ଧି ନାହାନ୍ତି, ତେବେ ଏନେଇ ସେମାନଙ୍କୁ ସଚେତନ କରାଯାଉ ବୋଲି ଏସ୍‌ପି ମିଶ୍ର ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଏତଦ୍‌ ବ୍ୟତୀତ ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ ସମ୍ମାନ କରନ୍ତୁ, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ବ୍ୟବହାର ଠାରୁ ଦୂରେଇ ରହିବାକୁ ଏସ୍‌ପି ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଏହା ପରେ ଏକ ସଚେତନତା ଶୋଭାଯାତ୍ରା ସ୍କୁଲରୁ ବାହାରି ସହର ପରିକ୍ରମା କରିବା ପରେ ଫେରିଥିଲା। ଶୋଭାଯାତ୍ରା ବେଳେ ଛାତ୍ରୀଛାତ୍ରମାନେ ଚାରା ରୋପଣ, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା ଏବଂ ଟ୍ରାଫିକ୍‌ ନିୟମ ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ୍‌ ସିଷ୍ଟର୍‌ ଜିନଥ୍‌, ଭାଇସ୍‌ପ୍ରିନ୍ସପାଲ୍‌ ସିଷ୍ଟର୍‌ ବିନା, କ୍ଲବ ସଭାପତି ଭି.ଅଜୟ କୁମାର, ସମ୍ପାଦକ ପ୍ରଦ୍ୟୁମ୍ନ ବିଷୋୟୀଙ୍କ ସମେତ କ୍ଲବର ବହୁ ସଦସ୍ୟ ଏବଂ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଏହାକୁ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

୪ କୋଟି ଟଙ୍କାର ଗଞ୍ଜେଇ ସହ ୫ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୨୨ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବାଲିଗୁଡ଼ା ଥାନା ଗଦ୍ରିଙ୍ଗିଆ ଘାଟି ନିକଟସ୍ଥ ଇର୍ପିଗୁଡ଼ା ଜଙ୍ଗଲରୁ ୪...

ବ୍ଲକ ଅଧ୍ୟକ୍ଷ ପଦବୀରୁ ଦୈତାରୀ ବେହେରାଙ୍କ ଇସ୍ତଫା

ଖଲ୍ଲିକୋଟ,୨୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା। ବ୍ୟକ୍ତିଗତ କାରଣରୁ ସେ ଅଧ୍ୟକ୍ଷ...

ବିଦ୍ୟୁତ୍‌ ଆଘାତରେ ବାପାଙ୍କ ଜୀବନ ଗଲା, ପୁଅ ଗୁରୁତର

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତଥା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମରେ ସୋମବାର ସକାଳେ ପରିବା ବାଡ଼ିରେ ଛିଡ଼ି ପଡ଼ିଥିବା ଏକ ଉଚ୍ଚ...

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବିଜୟ ପାଇଁ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ରେକର୍ଡ ସଂଖ୍ୟକ ବ୍ୟବଧାନରେ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ପାଇଁ...

ଏପ୍ରିଲ ୩୦ରେ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ମାରାଥନ ରାଲି

ଭୁବନେଶ୍ୱର, ୨୨।୪: ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri