ଭୁବନେଶ୍ବର,୧୨ା୧: ବାପାଙ୍କୁ ପ୍ରଶଂସା କଲେ ଝିଅ ସୋଫିଆ ଫିର୍ଦ୍ଦୋସ । ଆଜିର ଯୁବ ସମାବେଶରେ ଖୋଲା ମଞ୍ଚରେ ସେ ମୋକିମଙ୍କ ସପକ୍ଷରେ ବାହାରି ପ୍ରଶଂସା କରିଛନ୍ତି । ମୋକିମ୍ ଫାଉଣ୍ଡେସନର ଯୁବ ସମାବେଶରେ ସୋଫିଆ ବଡ଼ କଥା କହିଛନ୍ତି ।
ଆଜିର ଯୁବ ସମାବଶରେ ଅନେକ ନେତା ଏକାଠି ହୋଇଥିଲେ । ତେବେ ସୋଫିଆ ସାମିଲ ହୋଇ କହିଥିଲେ, ବାପା ଗୋଟିଏ ମୁଦ୍ଦା ନେଇ ଆଗକୁ ବଢ଼ିଲେ କେହି ତାଙ୍କୁ ଅଟକାଇ ପାରିବେ ନାହିଁ । କେହି କାହାରିକୁ ନଡରି ବାପାଙ୍କ ଲଢ଼େଇରେ ସମସ୍ତଙ୍କୁ ସାମିଲ୍ ହେବାକୁ ପଡ଼ିବ । ରାଜନୀତିରେ ପାଦ ଦେବା ଆଗରୁ ବାପା କଟକବାସୀଙ୍କ ସେବା କରୁଥିଲେ । ଏବେ କଟକବାସୀ ମତେ ବିଧାୟିକା କରିଛନ୍ତି। ଦେଶକୁ ଗଢ଼ିବା ପାଇଁ ସବୁ ଯୁବକଙ୍କୁ ଏକ ହେବାକୁ ପଡ଼ିବ । ମୋକିମଙ୍କ ନୂଆ ଦଳରେ ଯୁବକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ନେଇ ମୋକିମ କହିଥିବା ବେଳେ ଆଜି ଏଭଳି କହିଛନ୍ତି ସୋଫିଆ । ତେବେ ଏଭଳି କହିବା ପରେ ସୋଫିଆଙ୍କ ଇଶାରା କୁଆଡ଼େ ବୋଲି ଚର୍ଚ୍ଚା ହେଉଛି ।
ପ୍ରକାଶଥାଉକି, ଗତ ଦୁଇଦିନ ପୂର୍ବରୁ ମୋକିମ ନୂଆ ଦଳ ଗଠନ ନେଇ ବଡ଼ ସୂଚନା ଦେଇଥିଲେ । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଘୋଷଣା ହେବ । ଆଜି ନୂଆଦଳର ମୂଳଦୁଆ ପଡିବା ନେଇ କହିଥିବା ବେଳେ ମାର୍ଚ୍ଚ ଶେଷ ସପ୍ତାହରେ ନୂଆ ଦଳ ଗଠିତ ହେବ ବୋଲି କହିଥିଲେ । ଜ୍ୟୋତିଷଙ୍କ ସହ ବିଚାରବିମର୍ଶରେ ନୂଆ ନାମ ଦିଆଯିବ ବୋଲି ପୂର୍ବରୁ ମୋକିମ କହିଥିଲେ ।