ବାତ୍ୟା ମୁକାବିଲା ପାଇଁ ତତ୍ପରତା: ସ୍ବତନ୍ତ୍ର ସେଲ୍‌ ଖୋଲିଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପୂର୍ବତଟ ରେଳପଥ। ଫାଇଲିନ୍‌, ହୁଡ୍‌ହୁଡ୍‌, ତିତ୍‌ଲି ଓ ଫନୀ ବାତ୍ୟାରେ ରେଳପଥର ବିପୁଳ ସମ୍ପତ୍ତି ନ ହୋଇଥିଲା। ଏହାର ପୁନରାବୃତ୍ତି ନ ହେବା ପାଇଁ ରେଳପଥ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ବିଶେଷକରି ବାତ୍ୟା ପରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଇ ରେଳ ଚଳାଚଳ ସ୍ବାଭାବିକ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରସ୍ଥିତ ରେଳ ସଦନ ସହ ବିଶାଖାପାଟଣା, ଖୋର୍ଦ୍ଧାରୋଡ୍‌ ଏବଂ ସମ୍ବଲପୁରରେ ଥିବା ଡିଭିଜିନାଲ ହେଡ୍‌କ୍ୱାର୍ଟରରେ ୨୪ ଘଣ୍ଟିଆ ସ୍ବତନ୍ତ୍ର ଡିଜାଷ୍ଟର୍‌ ମ୍ୟାନେଜମେଣ୍ଟ ସେଲ୍‌ ଖୋଲାଯାଇଛି। ଟ୍ରାକ୍‌ ଓ ସିଗ୍‌ନାଲ ମରାମତି, ବିଦ୍ୟୁତ୍‌ ବ୍ୟବସ୍ଥାର ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେଲେ ଆବଶ୍ୟକସ୍ଥଳେ ଡିଜେଲ୍‌ ଇଞ୍ଜିନ୍‌ ଚଳାଇବାକୁ ବ୍ୟବସ୍ଥା କରାଯାଇଛି। ଉପକୂଳ ଓଡ଼ିଶାକୁ ରେଡ୍‌ ଆଲର୍ଟ ଦିଆଯାଇଥିବାରୁ ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଥିବା ସମସ୍ତ ଷ୍ଟେଶନ ଉପରେ ନଜର ରଖାଯାଇଛି। ସେହିଭଳି ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବତଟ ରେଳପଥ ଜିଏମ୍‌ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କ ସହ କ୍ରମାଗତ ଆଲୋଚନା ଜାରି ରହିଥିବା କୁହାଯାଇଛି। ଟ୍ରାକ୍‌ ଓ ଟ୍ରେନ୍‌ର ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଜ୍‌ଗୁଡ଼ିକରେ ବିପଦ ସ୍ତର ମାର୍କିଂ କରାଯାଇଛି। ଟ୍ରାକ୍‌ ମରାମତି ପାଇଁ ଇଞ୍ଜିନିୟରିଂ ରିଲିଫ୍‌ ଭ୍ୟାନ୍‌ ଏବଂ ସମସ୍ତ ପ୍ରକାର ଉପକରଣ ଗଚ୍ଛିତ ରଖାଯାଇଛି ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରେନ୍‌ ବାତିଲ, ରୁଟ୍‌ ପରିବର୍ତ୍ତନ

ଅନ୍ୟପକ୍ଷରେ କୋଭିଡ୍‌-୧୯ ପାଇଁ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ସେବାକୁ ବାତିଲ କରାଯାଇଥିବାବେଳେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଏବେ କେବଳ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌, ସ୍ବତନ୍ତ୍ର ଏସି ଟ୍ରେନ୍‌ ଏବଂ ପାର୍ସଲ ଏକ୍ସପ୍ରେସ୍‌ଗୁଡ଼ିକ ଚଳାଚଳ କରୁଛି। ହେଲେ ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ଖଡ଼ଗପୁର ମଧ୍ୟରେ ଚଳାଚଳ କରିବାକୁ ସମସ୍ତ ଟ୍ରେନ୍‌କୁ ବାତିଲ କରିଦିଆଯାଇଛି। ଆଗାମୀ ୪ଦିନ ପାଇଁ ଏହି ରୁଟ୍‌ ବନ୍ଦ ରହୁଥିବାରୁ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ବତନ୍ତ୍ର ଏସି ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ କରାଯାଇଛି। ଭଦ୍ରକ-ଖଡ଼ଗପୁର ଦେଇ ଚାଲିବାକୁ ଥିବା ସମସ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି। ପାର୍ସଲ ଟ୍ରେନ୍‌ଗୁଡ଼ିକୁ ସମ୍ବଲପୁର-ଝାରସୁଗୁଡ଼ା ଦେଇ ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ୧ଲକ୍ଷ ୫୦୦ ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri