ବାତ୍ୟା ମାଡ଼ରେ ନଇଁ ପଡିଥିଲା : ସଳଖ କରାଗଲାଣି ୨୦୦୦ ଗଛ

ପୁରୀ ଅଫିସ,୩୧।୫: ବାତ୍ୟା ଫନୀ ପ୍ରଭାବରେ ଉଜୁଡ଼ିଯାଇଛି ବାଲୁଖଣ୍ଡ ଅଭୟାରଣ୍ୟ। ଲକ୍ଷାଧିକ ଗଛ ଭାଙ୍ଗି ଯାଇଥିବା ବେଳେ ବହୁ ଗଛ ଉପୁଡ଼ି ପଡିଛି। ସେହିପରି ପୁରୀ ସହର ମଧ୍ୟରେ ବ୍ୟାପକ ସଂଖ୍ୟାରେ ଗଛ ମଧ୍ୟ ଉପୁଡ଼ି ଯାଇଛି। ରାସ୍ତା ଉପରେ ପଡି ଯାତାୟାତ ଅବରୋଧ କରିଥିବା ଗଛଗୁଡ଼ିକୁ କାଟି ସଫା କରାଯାଇଛି। ହେଲେ ଅନେକ ଗଛ ସମ୍ପୂର୍ଣ୍ଣ ଉପୁଡ଼ି ନ ଯାଇ ନଇଁପଡିଛି। ପୁରୀ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ପାର୍ଶ୍ୱ ଏବଂ ସହର ଭିତରେ ଏହିଭଳି ନଇଁ ପଡିଥିବା ଗଛକୁ ଏବେ ସଳଖ କରାଯାଉଛି ବୋଲି କହିଛନ୍ତି ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଡିଏଫ୍‌ଓ କହିଛନ୍ତି, ଯଦି ଛୋଟ ଗଛ ନଇଁପଡିଛି ତେବେ ସେଗୁଡ଼ିକୁ ଲୋକଙ୍କ ସିଧା କରାଯାଉଛି। ବଡ଼ ଗଛଗୁଡ଼ିକୁ ଜେସିବି ସାହାଯ୍ୟରେ ସିଧା କରାଯାଇ ରଶିରେ ଏହାକୁ ବାନ୍ଧି ସପୋର୍ଟ ଦିଆଯାଉଛି। ଗଛଗୁଡ଼ିକୁ ସିଧା କରାଯିବା ପରେ ମୂଳରେ ମାଟି ଏବଂ ପାଣି ଦିଆଯାଉଛି। ବର୍ଷା ଆସିବା ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଟ୍ୟାଙ୍କର ଦ୍ୱାରା ପାଣି ଦିଆଯିବ। ବର୍ଷା ହେଲେ ଏହି ଗଛଗୁଡ଼ିକ ପୂର୍ବାବସ୍ଥାକୁ ଫେରିଯିବେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ପୁରୀ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ୨ ହଜାର ଗଛକୁ ସଳଖ କରାଗଲାଣି ବୋଲି ଡିଏଫ୍‌ଓ କହିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ରାସ୍ତାପାର୍ଶ୍ୱ ଏବଂ ସରକାରୀ ଅନୁଷ୍ଠାନ ପରିସରରେ ଏହି କାମ ଚାଲିଛି। କୌଣସି ଘରୋଇ ଲୋକଙ୍କ ବାଡ଼ିରେ ଯଦି ଏଭଳି ଗଛ ନଇଁପଡିଥିବ ସେମାନେ ସୂଚନା ଦେଲେ ବନ ବିଭାଗ ପକ୍ଷରୁ ସଳଖ କରିଦିଆଯିବ। ଗୋଟିଏ ଗଛ ବଡ଼ ହେବା ପାଇଁ ବହୁତ ବର୍ଷ ଲାଗିଥାଏ। ତେଣୁ ବଡ଼ ଗଛଟିଏକୁ ଯଦି ଏମିତି ଉପାୟରେ ପୁଣି ଠିଆ କରିପାରିବା ତାହା ନିଶ୍ଚିତ ବିଭାଗ ପାଇଁ ସଫଳତା ବୋଲି ଉଦ୍‌ଗାତା କହିଛନ୍ତି।
ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପର୍କରେ ଡିଏଫ୍‌ଓ କହିଛନ୍ତି, ବ୍ୟାପକ ମାତ୍ରାରେ ଚାରାରୋପଣ ପାଇଁ ପଦକ୍ଷେପ ନିଆଯାଉଛି। ଚଳିତବର୍ଷ ପାଇଁ ପ୍ରସ୍ତୁତ ନ ଥିଲେ ବି ବାହାରୁ ଚାରା ଆଣି ରୋପଣ ଲାଗି ଯୋଜନା ହେଉଛି। ଏ ବର୍ଷ ୪୦୦ ହେକ୍ଟର ପରିମିତ ଅଞ୍ଚଳରେ ଚାରା ରୋପଣ କରାଯିବ। କିନ୍ତୁ ପର୍ଯ୍ୟାୟକ୍ରମେ ଆସନ୍ତା ୪/୫ ବର୍ଷ ମଧ୍ୟରେ ଆହୁରି ୪ ହଜାର ହେକ୍ଟର ଅଞ୍ଚଳରେ ଚାରା ରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏତଦ୍‌ବ୍ୟତୀତ ଝାଉଁ, ଆକାଶିଆ ପ୍ରଭୃତି ଗଛ ଲଗାଇଥିବା ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ମଧ୍ୟ ଚାରା ବିତରଣ କରାଯିବ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ୩ ଲକ୍ଷ ଚାରା ଅଣାଯିବା ଲାଗି ପ୍ରସ୍ତାବ ରହିଛି। କିନ୍ତୁ ଏ ନେଇ କୌଣସି ଚୂଡ଼ାନ୍ତ ହୋଇନାହିଁ। ବିଭିନ୍ନ ସଂସ୍ଥା, ପ୍ରାଇଭେଟ୍‌ ନର୍ସରୀ ଏପରି କି ରାଜନଗର ଏବଂ ନୟାଗଡ଼ ଡିଭିଜନରୁ ଚାରା ଆଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ କରାଯାଇଛି। ଏହି ଚାରା ଆସିଲେ ତାହା ବଣ୍ଟନ କରାଯିବ ବୋଲି ଡିଏଫ୍‌ଓ ଉଦ୍‌ଗାତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri