ବାଣୀବିହାର ଛକରେ ରହିପାରିବନି ବସ୍‌

ଭୁବନେଶ୍ୱର,୩୦।୮(ବ୍ୟୁରୋ) : ଏଥର ସାବାଡ ହେବେ ବସ୍‌ ଡ୍ରାଇଭର। ସେମାନେ ଆଉ ମନଇଚ୍ଛା ବାଣୀବିହାର ଛକରେ ନିୟମ ଉଲ୍ଲଂଘନ କରି ବସ୍‌ ରଖିପାରିବେ ନାହିଁ। ସେହିପରି ରଙ୍ଗ୍‌ରୁଟ୍‌ରେ କୌଣସି ଗାଡ଼ି ଚଳାଚଳ କରିପାରିବ ନାହିଁ। ଏଠାରେ ଟ୍ରାଫିକ ସମସ୍ୟା ଜଟିଳ ହେଉଥିବାରୁ କମିଶନ୍‌ରେଟ ପୋଲିସ୍‌ର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କମିଶନରେଟ ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ସକାଳେ ଅନୁଷ୍ଠିତ ଏହି ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ, ଟ୍ରାଫିକ ଇନ୍ସପେକ୍ଟର ସୁରେନ୍ଦ୍ର ଭଳ ପ୍ରମୁଖ ଉପସ୍ଥିତ ରହି ଏନେଇ ଆଲୋଚନା କରିଥିଲେ। ସେହିପରି ଅପରାହ୍ନରେ ଆର୍‌ଟିଓ -୧ କାର୍ଯ୍ୟାଳୟରେ ଆଉ ଏକ ବୈଠକ ବସିଥିଲା। ଏଥିରେ ଆର୍‌ଟିଓ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ୱର ବସ୍‌ ମାଲିକ ସଂଘ ସେକ୍ରେଟାରି ବରଦା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବାଣୀବିହାର ଛକରୁ ସତ୍‌ସଂଙ୍ଗ ବିହାର ପର୍ଯ୍ୟନ୍ତ ରାସ୍ତାରେ କୌଣସି ବସ୍‌ ଅଟକିପାରିବ ନାହିଁ ବୋଲି ବସ୍‌ମାଲିକମାନଙ୍କୁ ଜଣାଇ ଦିଆଯିବା ସହ ନିଜ ନିଜର କର୍ମଚାରୀଙ୍କ ଅବଗତ କରାଇବାକୁ କୁହାଯାଇଥିଲା। ଏଥିପାଇଁ ବସ୍‌ଗୁଡିକଠାରୁ ୫ଶହ ଟଙ୍କା ଲେଖାଏ ଜରମାନା ଆଦାୟ କରାଯିବ। ଟ୍ରାଫକ୍‌ ପୋଲିସ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯିବା ସହ ଆରଟିଓ ପକ୍ଷରୁ ବସ୍‌ର ଫିଟ୍‌ନେସ୍‌ ସହ ଅନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ବୈଠକର କିଛି ଘଣ୍ଟା ପରେ ବାଣୀବିହାର ଛକରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଗାଡି ଚାଳକଙ୍କଠାରୁ ୧୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିରେ ଅଧିକାଂଶ ଥିଲେ ବସ୍‌ ଡ୍ରାଇଭର। ସେହିପରି ରଙ୍ଗ୍‌ରୁଟ୍‌ରେ ଯାଉଥିବା ବାଇକ୍‌ ଓ ଅନ୍ୟଗାଡିଠାରୁ ଜରିମାନା ଆଦାୟ କରାଯାଇଥିଲା।
ଅନ୍ୟପକ୍ଷରେ ଲୋକଙ୍କ ଯାତାୟାତ ସୁବିଧା ପାଇଁ ବାଣୀବିହାର ସମ୍ମୁଖ ଓଭରବ୍ରିଜ୍‌ ତଳେ ଥିବା ଅଣ୍ଡରପାସ୍‌କୁ କାର୍ଯ୍ୟକ୍ଷମ କରିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ପରେ ଶନିମନ୍ଦିର ଓ ବାଣୀବିହାର ସମ୍ମୁଖ ଉକ୍ତ ଅଣ୍ଡରପାସ୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଅଣ୍ଡରପାସ୍‌ର ଦୁଇ ପାର୍ଶ୍ୱରେ ଦୁଇଟି ଟ୍ରାଫିକ ପୋଲିସ ରହି ଲୋକଙ୍କୁ ସହାୟତା ଯୋଗାଇ ଦେବେ। ତେବେ ସହରରେ ଟ୍ରାଫିକ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ଅଣ୍ଟା ଭିଡିଥିବା ଟ୍ରାଫିକ ପୋଲିସ ଗୁରୁବାର ଗୋଟିଏ ଦିନରେ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୧ ଲକ୍ଷ ୧୧ହଜାର ଟଙ୍କା ଜରିମାନା ଆଦାୟ କରିଛି। କେବଳ ଡ୍ରୋନ୍‌ ମାଧ୍ୟମରେ ୭ ହଜାର ୫ଶହ ଟଙ୍କା ଆଦାୟ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri