Posted inଫୁରସତ

ବାଟଭୁଲା ପଥିକଙ୍କୁ ମୃତଦେହ ଦେଖାନ୍ତି ରାସ୍ତା…

ଦୁନିଆରେ ବାଟଭୁଲା ପଥିକଙ୍କୁ ଜୀବିତ ଲୋକ ବାଟ ବତାଇଥାନ୍ତି। ମାତ୍ର ଏଭରେଷ୍ଟ ଶୃଙ୍ଗ ଆରୋହଣ କରିବାକୁ ଯାଉଥିବା ପର୍ବତାରୋହୀଙ୍କୁ ବାଟ ଦେଖାଇଥାନ୍ତି ଏଠାରେ ଥିବା ୩ ଶହରୁ ଅଧିକ ମୃତ ଦେହ। ଏସବୁ ମୃତଦେହ ଏଭେରେଷ୍ଟ ଶୃଙ୍ଗ ଆରୋହଣ ସମୟରେ ମୃତ୍ୟୁ ବରଣ କରିଥିବା ପର୍ବତାରୋହୀଙ୍କ। ମୃତଦେହକୁ ହଜାର ହଜାର ଫୁଟ ତଳକୁ ଆଣିବା କଷ୍ଟକର ହୋଇଥାଏ। ତେଣୁ ଏହି ମୃତଦେହଗୁଡିକୁ ରାସ୍ତାର ଚିହ୍ନ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ଗ୍ରୀନ୍‌ ବୁଟସ୍‌ କୁହାଯାଇଥାଏ। ଶୃଙ୍ଗ ଆରୋହଣକାରୀ ଏସବୁ ମୃତଦେହକୁ ଦେଖି ସେମାନେ ଠିକ୍‌ ରାସ୍ତାରେ ଯାଉଛନ୍ତି କି ନାହିଁ ତାହା ଠଉରେଇ ପାରିଥାନ୍ତି। ୮ ହଜାର ମିଟର ଉଚ୍ଚରେ ଏଭଳି ମୃତଦେହ ସଂଖ୍ୟା ଅଧିକ ଦେଖିବାକୁ ମିଳେ। ଏହି ଅଞ୍ଚଳକୁ ଡେଥ୍‌ ଜୋନ୍‌ କୁହାଯାଇଥାଏ। ମାଇନସ୍‌ ୧୬ ଡିଗ୍ରୀରୁ ମାଇନସ୍‌ ୪୦ ଡିଗ୍ରୀ ତାପମାତ୍ରାରେ ଏହି ମୃତଦେହ ଗୁଡ଼ିକ ପଚିସଢ଼ି ନ ଯାଇ ସତେଜ ଭାବେ ପଡ଼ିରହିଥାଏ। ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୧୯୨୧ରେ ଉଦ୍ୟମ ହୋଇଥିଲା। ତେବେ ଏହା ସଫଳ ହୋଇ ପାରି ନ ଥିଲା। ପରେ ଏଭଳି କେତେକ ଉଦ୍ୟମ ମଧ୍ୟ ହୋଇଥିଲା। ତେବେ ୬୬ ବର୍ଷ ତଳେ ୧୯୫୩ରେ ଏଡମଣ୍ଡ୍‌ ହିଲାରୀ ଏବଂ ତେନଜିଂ ନାଙ୍ଗେ ଶେର୍ପା ପ୍ରଥମେ ଏଭରେଷ୍ଟ ଆରୋହଣ କରିଥିଲେ। ଦୀର୍ଘ ୯୮ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗ ଆରୋହଣ ବାଟରେ ପ୍ରାୟ ୩ ଶହ ୮ଟି ମୃତଦେହ ପଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri