ବାଇକକୁ ଧକ୍କାଦେଲା ଟ୍ରକ

ଆନନ୍ଦପୁର/କୋଳିମାଟି,୨୫ା୪(ଡି.ଏନ୍‌.ଏ.): ମହୁଲଡିହା ଥାନା ଅଧୀନ ଗୋଡ଼ଭଙ୍ଗା ଘାଟି ଉପରେ ଟ୍ରକ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଅଗ୍ନିଶମ କର୍ମଚାରୀ ଦାରା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ପରେ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇଜଣ ଘଷିପୁରା ଥାନା ତୋରାଣିଆପାଳ ଗ୍ରାମର ସାଗର ଜେନା ଓ ଖାଲପାଳ ଗ୍ରାମର ବିଶୁ ଜେନା। ଉଭୟ ଗୋଟିଏ ବାଇକରେ ଠାକୁରମୁଣ୍ଡା ଯାଉଥିବାବେଳେ ଟ୍ରକଟି ବିପରୀତ ଦିଗରୁ ଆସୁଥିଲା।