ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଭଟ୍‌ଲି: ୨୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ରବିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଉକ୍ତ ଥାନା ଅଞ୍ଚଳର ମନୋଜ ସାହୁ।
ପ୍ରକାଶ ଯେ, ମନୋଜ ବିଭିନ୍ନ ପ୍ରକାର କଥାକହି ଯୁବତୀଙ୍କୁ ଭିନ୍ନ ଭିନ୍ନ ସମୟରେ ବଲାଙ୍ଗୀର, ଅତାବିରା ସମେତ ବିଭିନ୍ନ ସ୍ଥାନରେ ରଖି ବଳାତ୍କାର କରୁଥିଲେ। ତେବେ କିଛିଦିନ ଏପରି ରଖିବା ପରେ ମନୋଜ ରବିବାର ରାତିରେ ଯୁବତୀଙ୍କୁ ବରଗଡ଼ସ୍ଥିତ ଭଟଲି ଛକରେ ଛାଡ଼ି ପଳାଇଥିଲେ। ଯୁବତୀ ଭଟ୍‌ଲି ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ସହିତ ଏତଲା ଦେଇଥିଲେ। ଏ ନେଇ ପୋଲିସ ଥାନାରେ ଏକ ମାମଲା ରୁଜୁ କରିବା ସହ ଉଭୟଙ୍କ ଡାକ୍ତରୀମାଇନା କରିଥିବା ଜଣାପଡ଼ିଛି।