ବଲିଉଡ୍‌ ଫିଲ୍ମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ମୁଖ୍ୟ କ୍ରିଷ୍ଣା ରେଡ୍ଡୀ

କଟକ ଅଫିସ,୧୫।୩: ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ରେଡ୍ଡୀଙ୍କୁ ମିଳିଛି ବଲିଉଡ୍‌ ଟିକେଟ୍‌। ଏକ ରିୟଲିଟି ସୋ’ରେ ଭାଗ ନେବା ସହ ନିଜ ନୃତ୍ୟ ମାଧ୍ୟମରେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ବ୍ରହ୍ମପୁର ଅଞ୍ଚଳର କ୍ରିଷ୍ଣା ଏବେ ଅଭିନୟ ମାଧ୍ୟମରେ ବଲିଉଡ୍‌ରେ ପାଦ ଥାପିଛନ୍ତି। ସଞ୍ଜୀବ ଜୈସୱାଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ବଗାୱତ’ ଚଳଚ୍ଚିତ୍ରରେ ତାଙ୍କୁ ଖଳନାୟକ ଭୂମିକା ମିଳିଛି। ୩ ଦିନ ହେବ ଏହି ଚଳଚ୍ଚିତ୍ରର ଶୁଟିଂ ଲକ୍ଷ୍ନୌଠାରେ ଆରମ୍ଭ ହୋଇଛି। ସମ୍ବିଧାନ ପ୍ରଣେତା ଡ. ବି.ଆର୍‌. ଆମ୍ବେଡ୍‌କରଙ୍କ ଜୀବନ କାହାଣୀ ଉପରେ ଏହି ଚଳଚ୍ଚିତ୍ର ପର୍ଯ୍ୟବସିତ ହୋଇଛି। ସମ୍ବିଧାନ ଲେଖିବା ନିମନ୍ତେ ଆମ୍ବେଡ୍‌କର ଦେଶର ପରିସ୍ଥିତିକୁ କିଭଳି ଦେଖିଥିଲେ ତାହା ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘୧୯୨୦’ ଚଳଚ୍ଚିତ୍ରର ହିରୋ ରଜନୀଶ ଡଗଲ୍‌ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି। ବଲିଉଡ୍‌ରେ କାର୍ଯ୍ୟ କରିବାର ସୌଭାଗ୍ୟ ହାତଗଣତି ଓଡ଼ିଆ କଳାକାରଙ୍କୁ ମିଳିଛି। ଏ ସମ୍ପର୍କରେ କ୍ରିଷ୍ଣା କହିଛନ୍ତି, ବଡ଼ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ରରେ କାର୍ଯ୍ୟକଲେ ଅନେକ କିଛି ଶିଖିବାକୁ ମିଳିବ। ସହଦେବ ନାମରେ ଏକ ଖଳନାୟକ ଭୂମିକା ମତେ ଦିଆଯାଇଛି। ୩ଦିନ ଶୁଟିଂ ସରିଥିବାବେଳେ ଆଉ ୪୫ଦିନ ଶୁଟିଂ ବାକି ରହିଛି। ଲକ୍ଷ୍ନୌ ସମେତ ମୁମ୍ବାଇ ଓ ରାଜସ୍ଥାନର ରାଜଗଡ଼ଠାରେ ଏହି ଚଳଚ୍ଚିତ୍ରର ଶୁଟିଂ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କ୍ରିଷ୍ଣା-ଷ୍ଟୋରି ଅଫ ଏ ଡ୍ୟାନ୍ସର ନାମରେ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏଥିରେ କ୍ରିଷ୍ଣା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଗକୁ ଦେବୀ ନାମରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହେଉଛି ଓ ଏଥିରେ କ୍ରୀଷ୍ଣା ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri