ବଲିଉଡ୍‌ର ରିୟଲ୍‌ ଲଭ୍‌ବାର୍ଡ: ପ୍ରେମ ପାଇଁ ମାନି ନ ଥିଲେ ବାଧା ବନ୍ଧନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରଙ୍କ ରିଲ୍‌ ଲାଇଫ୍‌ ଲଭ୍‌ ଷ୍ଟୋରୀ ତ ସମସ୍ତେ ଦେଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ ଏଭଳି ଷ୍ଟାର ଅଛନ୍ତି, ଯେଉଁମାନେ ପରଦା ଉପରେ ନୁହେଁ ବରଂ ରିୟଲ୍‌ ଲାଇଫ୍‌ରେ ମଧ୍ୟ ନିଜ କୋ-ଷ୍ଟାରଙ୍କୁ ଜୀବନସାଥୀ କରିଛନ୍ତି। ଭେଲେଣ୍ଟାଇନ୍ସ ଓ୍ବିକରେ ଆସନ୍ତୁ ଜାଣିବା ସେହି ବଲିଉଡ୍‌ ଲଭ୍‌ବାର୍ଡଙ୍କ ବିଷୟରେ। ଯେଉଁମାନେ ପ୍ରେମ ପାଇଁ ସବୁ ବାଧା ବନ୍ଧନକୁ ଭାଙ୍ଗି ଦେଇଛନ୍ତି।


ଶୈଫ-କରୀନା: ପଟୌଦି ଖାନ୍‌ଦାନ୍‌ର ନବାବ ଶୈଫ ଅଲୀ ଖାଁ ଓ କରୀନା କପୁର ବଲିଉଡ୍‌ର ପପୁଲାର ଯୋଡିଙ୍କ ମଧ୍ୟରେ ଜଣେ। କରୀନାଙ୍କୁ ବିବାହ କରିବା ପୂର୍ବରୁ ଶୈଫ ବଲିଉଡ୍‌ ନାୟିକା ଅମ୍ରିତା ସିଂହଙ୍କୁ ପ୍ରଥମେ ବିବାହ କରିଥିଲେ। ଦୁହିଁଙ୍କ ବିବାହ ବିଚ୍ଛେଦ ହେବା ପରେ ବହୁ ମଡେଲଙ୍କ ସହ ଶୈଫଙ୍କ ନାମ ଯୋଡାହୋଇଥିଲା। କିନ୍ତୁ କରୀନାଙ୍କ ସହ ସୈଫ ୨-୩ ବର୍ଷ ଡେଟ୍‌ କରିବା ପରେ ୨୦୧୨ ଅକ୍ଟୋବରରେ ଦୁହେଁ ବିବାହ କରିଥିଲେ।


ଅଭିଷେକ-ଐଶ୍ୱର୍ଯ୍ୟା: ଫିଲ୍ମର ଶୁଟିଂ ସେଟ୍‌ରୁ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ସମୟକ୍ରମେ ସେମାନଙ୍କ ପ୍ରେମ ଦୃଢ଼ ହୋଇଥିଲା ଏବଂ ୨୦୦୭ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


ଧର୍ମେନ୍ଦ୍ର-ହେମା: ୭୦-୮୦ ଦଶକରେ ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମା ମାଳିନୀ ବେଶ୍‌ ଜଣାଶୁଣା। ତାଙ୍କର ସୌନ୍ଦର୍ଯ୍ୟରେ ବିମୋହିତ ହୋଇପଡ଼ିଥିଲେ ଧର୍ମେନ୍ଦ୍ର। ପୂର୍ବରୁ ବିବାହିତ ହୋଇ ମଧ୍ୟ ଧର୍ମେନ୍ଦ୍ର ହେମାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେମା ମଧ୍ୟ ତାଙ୍କୁ ପସନ୍ଦ କରୁଥିବାରୁ ବିବାହ ପାଇଁ ରାଜି ହୋଇଯାଇଥିଲେ।


ରିଷି-ନୀତୁ: ନୀତୁ ସିଂହ ଓ ରିଷି କପୁରଙ୍କ ଆଫେୟାର୍ସ ମଧ୍ୟ ଫିଲ୍ମର ଶୁଟିଂ ସେଟ୍‌ରୁ ଆରମ୍ଭ ହୋଇଥିଲା। ସବୁବେଳେ ଶୁଟିଂ ସେଟ୍‌ରେ ରିଷି ନୀତୁଙ୍କୁ ଚିଡ଼େଇଥାନ୍ତି। ଏହାପରେ ବି ନୀତୁଙ୍କୁ ରିଷିଙ୍କ ସହ ପ୍ରେମ ହୋଇଯାଇଥିଲା। ପରେ ପରିବାରଙ୍କ ସହମତିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।


ଅମିତାଭ-ଜୟା: ଜୟା ଭାଦୁଡି ଓ ଅମିତାଭ ବଚ୍ଚନ ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ରେଖାଙ୍କ ସହ ଅମିତାଭଙ୍କ ନାଁ ଯୋଡା ହେବା ସହ ତାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ଜୟା ଓ ରେଖାଙ୍କ ମଧ୍ୟରୁ ଅମିତାଭ ଜୟାଙ୍କୁ ବାଛିଥିଲେ। ଆଜି ବି ଏହି ଦୁଇ ଯୋଡିଙ୍କୁ ପ୍ରଶଂସକ ବେଶ୍‌ ପସନ୍ଦ କରନ୍ତି।


ଦିଲ୍ଲୀପ-ସାୟରା: ସାୟରା ବାନୁ ଓ ଦିଲ୍ଲୀପ କୁମାରଙ୍କ ଲଭ୍‌ ଷ୍ଟୋରୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ନିଜଠାରୁ ୨୨ବର୍ଷ ବଡ଼ ଦିଲ୍ଲୀପଙ୍କୁ ସାୟରା ପ୍ରେମ କରିବସିଥିଲେ। ଦିଲ୍ଲୀପ ମଧ୍ୟ ତାଙ୍କୁ ପ୍ରେମ କରୁଥିଲେ। ବୟସର ତାରତମ୍ୟ ଥାଇ ମଧ୍ୟ ଦୁହେଁ ବିବାହ କରିଥିଲେ।


ସୁନୀଲ-ନର୍ଗିସ: ନର୍ଗିିସ ଓ ସୁନୀଲ ଦତ୍ତଙ୍କ ଯୋଡି ବଲିଉଡ୍‌ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଦୁଇଜଣଙ୍କ ସାକ୍ଷାତକାର ଫିଲ୍ମ ‘ଦୋ ବିଘା ଜମିନ୍‌’ର ଶୁଟିଂ ସେଟ୍‌ରୁ ହୋଇଥିଲା। ସେହି ସମୟରେ ସେଟ୍‌ରେ ଘଟିଥିବା ଏକ ଦୁର୍ଘଟଣାରୁ ଦୁଇଜଣ ନିକଟତର ହୋଇଥିଲେ। ଏହାପରେ ଦୁହେଁ ଦୁହିଁଙ୍କୁ ଡେଟ୍‌ କରିଥିଲେ। ୧୯୮୫ରେ ଏକ ସିକ୍ରେଟ ସେରିମନିରେ ଦୁହେଁ ବିବାହ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri