ବଲିଉଡ୍‌ରେ ଦେଶଭକ୍ତିର ସଂଳାପ, ଆଜି ବି ଲୋମ ଟାଙ୍କୁରାଇ ଦିଏ

ବଲିଉଡ୍‌ରେ ଏମିତି କିଛି ଦେଶପ୍ରେମ ତଥା ଦେଶଭକ୍ତି ଫିଲ୍ମ ରହିଛି, ଯାହା ଦର୍ଶକଙ୍କୁ ଆଜି ପର୍ଯ୍ୟନ୍ତ ବାନ୍ଧି ରଖିଛି। କେବଳ ଯେ ଫିଲ୍ମ ତାହା ନୁହେଁ, ଗୋଟିଏ ଗୋଟିଏ ଫିଲ୍ମର କିଛି ଦେଶଭକ୍ତି ସଂଳାପ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ଆସନ୍ତୁ ଏଭଳି ସଂଳାପ ଉପରେ ନଜର ପକାଇବା…

ଫିଲ୍ମ ‘ଶୌର୍ଯ୍ୟ’ରେ କେ.କେ ମେନନ

”ବଡର୍‌ ପର ମର୍‌ନେ ସେ ଜ୍ୟାଦା ନଶା କୋଇ ନେହିଁ ହୈ“

– ସୀମାରେ ମରିବା ଠାରୁ ବଡ଼ ନିଶା ଆଉ କିଛି ନାହିଁ।

‘ଚକ୍‌ ଦେ ଇଣ୍ଡିଆ’ରେ ଶାହାରୁଖ୍‌ ଖାନ୍‌

”ମୁଝେ ଷ୍ଟାଟସ୍‌ କେ ନାମ୍‌ ନା ସୁନାଇ ଦେତେ ହୈ ନା ଦିଖାଇ ଦେତେ ହୈ। ସିର୍ଫ ଏକ ମୁଲକ କା ନାମ୍‌ ସୁନାଇ ଦେତା ହୈ – ଇଣ୍ଡିଆ।“

– ମୋତେ ଆଭିଜାତ୍ୟର ନାଁ ଶୁଭେନି କି ଦେଖାଯାଏନି। କେବଳ ଗୋଟିଏ ଦେଶର ନା ଶୁଭେ- ‘ଭାରତ’।

‘ଗଦର’ ଫିଲ୍ମରେ ସନି ଦେଓଲ

”ଅଶରଫ୍‌ ଅଲ୍ଲୀ! ଆପକା ପାକିସ୍ତାନ ଜିନ୍ଦାବାଦ୍‌ ହୈ, ଇସ୍‌ସେ ହମେ କୋଇ ଏତ୍‌ରାଜ୍‌ ନେହିଁ ଲେକିନ୍‌ ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ହୈ। ଜିନ୍ଦାବାଦ୍‌ ଥା ଔର ଜିନ୍ଦାବାଦ୍‌ ରହେଗା।“

– ଅଶରଫ୍‌ ଅଲ୍ଲୀ! ଆପଣଙ୍କ ପାକିସ୍ତାନ ଜିନ୍ଦାବାଦ୍‌। ଏଥିରେ ଆମକୁ କୌଣସି ଆପତ୍ତି ନାହିଁ। କିନ୍ତୁ ହିନ୍ଦୁସ୍ତାନ ଜିନ୍ଦାବାଦ୍‌ ଅଛି। ଜିନ୍ଦାବାଦ୍‌ ଥିଲା ଏବଂ ରହିବ।

‘ନମସ୍ତେ ଲଣ୍ଡନ’ରେ ଅକ୍ଷୟ କୁମାର

”ଐସି ସଭ୍ୟତା ଜିସ୍‌ମେ କ୍ୟାଥ୍‌ଲିକ୍‌ ଔରତ୍‌ ପ୍ରଧାନମନ୍ତ୍ରୀ କୀ କୁର୍ସୀ ଏକ ଶିଖ୍‌ କେ ଲିୟେ ଛୋଡ୍‌ ଦେତୀ ହୈ ଔର ଏକ ଶିଖ୍‌ ପ୍ରଧାନମନ୍ତ୍ରୀ କୀ ଶପଥ ଏକ ମୁସ୍‌ଲିମ୍‌ ରାଷ୍ଟ୍ରପତି ସେ ଲେତା ହୈ। ଉସ୍‌ ଦେଶ କୋ ବାଗ୍‌ଡୋର୍‌ ସମ୍ଭାଲ୍‌ନେ କେ ଲିୟେ ଜିସ୍‌ ମେ ୮୦ ପ୍ରତିଶତ ଲୋଗ୍‌ ହିନ୍ଦୁ ହୈ।

– ୮୦ ପ୍ରତିଶତ ହିନ୍ଦୁ ଥିବା ଏମିତି ଏକ ଦେଶ, ଯେଉଁଠି ଦେଶର ଶାସନ ଭାର ସମ୍ଭାଳିବା ପାଇଁ ଜଣେ ଖ୍ରୀଷ୍ଟିଆନ୍‌ ମହିଳା ପ୍ରଧାନମନ୍ତ୍ରୀ ପଦକୁ ଜଣେ ଶିଖ୍‌ଙ୍କ ପାଇଁ ଛାଡ଼ି ଦେଇଥାନ୍ତି ଏବଂ ଜଣେ ଶିଖ୍‌ ପ୍ରଧାନମନ୍ତ୍ରୀ ଜଣେ ମୁସ୍‌ଲିମ୍‌ ରାଷ୍ଟ୍ରପତିଙ୍କଠାରୁ ଶପଥ ନେଇଥାନ୍ତି।

‘ଲକ୍ଷ୍ୟ’ରେ ହ୍ରିତିକ୍‌ ରୋଶନ

”ୟେ ଇଣ୍ଡିଆନ୍‌ ଆର୍ମି ହୈ। ହମ୍‌ ଦୁଶ୍‌୍‌ମନୀ ମେ ଭି ଏକ୍‌ ଶରାଫତ୍‌ ରଖ୍‌ତେ ହୈ।“

– ଏହା ଭାରତୀୟ ଆର୍ମି। ଆମେ ଶତ୍ରୁତାରେ ବି ଭଦ୍ରାମୀ ରକ୍ଷା କରିଥାଉ।

ସେହିପରି ‘ବର୍ଡର’ରେ ସୁନୀଲ ସେଟ୍ଟୀ ଏବଂ ‘ଦ ଲିଜେଣ୍ଡ୍‌ ଅଫ୍‌ ଭଗତ ସିଂହ’ରେ ଅଜୟ ଦେବଗନ୍‌ଙ୍କ ସଂଳାପରେ ଭରି ରହିଛି ଦେଶଭକ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri