ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧ତାରିଖ ପୂର୍ବରୁ ସମସ୍ତ ବସ୍‌କୁ ସଂଘ ପକ୍ଷରୁ ସାନିଟାଇଜ୍‌ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମସ୍ତ ଯାତ୍ରୀ ମାସ୍କ ବ୍ୟବହାର କରି ବସ୍‌ରେ ନିୟୋଜିତ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଂଘ ସଭାପତି ହେମନ୍ତ ପଣ୍ଡା ଏହା ଜଣାଇଛନ୍ତି । ଜିଲାବ୍ୟାପୀ ବସ୍‌ ଚଳାଚଳ ହେଲେ ଜିଲାରେ ଜୀବନଯାତ୍ରା ସ୍ବାଭାବିକ ହେବା ସହ ଗରିବ, ଖଟିଖିଆ, ଚାଷୀ ମୂଲିଆ ଏବଂ କର୍ମଚାରୀ ଉପକୃତ ହେବେ ବୋଲି ସଭାପତି ପଣ୍ଡା କହିଛନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟରେ ରହିଥିବା ନିର୍ଦ୍ଦିଷ୍ଟ କେତେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରୀଭଡା ରିହାତିକୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରକାର ରିହାତି ଦାବି ନ କରିବାକୁ ଯାତ୍ରୀଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯାତ୍ରୀ ଭଡାରେ ସମସ୍ତ ପ୍ରକାର ରିହାତିକୁ ସଂଘ ପକ୍ଷରୁ ବାରଣ କରାଯାଇଛି ା ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା କେତେକ ବସ୍‌କୁ ପର୍ଯ୍ୟାୟ କ୍ରମେ ଯାତ୍ରୀ ସେବାରେ ନିୟୋଜିତ କରାଯିବ ବୋଲି ସଂଘ କହିଛି । ଯାତ୍ରୀମାନଙ୍କର ସୁବିଧା ପାଇଁ ଜିଲାର ସମସ୍ତ ବସ୍‌ଷ୍ଟାଣ୍ଡରେ ରହିଥିବା ହୋଟେଲ ଓ ଅନ୍ୟାନ୍ୟ ଦୋକାନ ଗୁଡିକୁ ଖୋଲିବା ପାଇଁ ସଂଘ ଦାବି କରିଛି। ଲକ୍‌ଡାଉନ ପୂର୍ବରୁ ମଧ୍ୟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ହାତ ଧୋଇ ବସ୍‌ରେ ବସିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବୈଠକରେ ସଂଘ ସମ୍ପାଦକ ପ୍ରଶାନ୍ତ ଶତପଥୀ, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri