ବର୍ଷିଲା ଭାଜପା: ତଥ୍ୟ ନଷ୍ଟ କରିବାକୁ ବିବାଦୀୟ ଅତିଥି ଭବନକୁ ଜାଣିଶୁଣି ଭାଙ୍ଗିଛି ଜିଲା ପ୍ରଶାସନ

ଭୁବନେଶ୍ୱର,୮।୨(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରିଣୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅତିଥି ଭବନକୁ ଭାଙ୍ଗିବା ନେଇ ଭାଜପା ବର୍ଷିଛି। ଶନିବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ତଥ୍ୟ ଲୁଚାଇବାକୁ ଉକ୍ତ ଅତିଥି ଭବନକୁ ଯାଜପୁର ଜିଲା ପ୍ରଶାସନ ଜାଣିଶୁଣି ଭାଙ୍ଗିଛି। ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ସରିନାହିଁ, ହେଲେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ହେଉଛି। ସେହିଭଳି ଜବତ ସାମଗ୍ରୀ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସ୍ତ୍ରୀଙ୍କୁ ହସ୍ତାନ୍ତର ହୋଇଥିବା ବେଳେ କାହିଁକି ଜବତ ହେଲାନାହିଁ। ଉକ୍ତ ଘରର ସିସିଟିଭି କୁଆଡ଼େ ଗଲା ତାହା ସ୍ପଷ୍ଟ କରାଯାଉ। ଏସ୍‌ପି ନିରପେକ୍ଷ ତଦନ୍ତ କରିନାହାନ୍ତି। ଘଟଣାରେ କେବଳ ଆର୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ହେଲେ ଏଥିରେ ତହସିଲଦାର, ବିଡିଓଙ୍କର ମଧ୍ୟ ସମ୍ପର୍କ ରହିଛି। ସ୍ମିତାରାଣୀ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଦାବି କରାଯାଇଥିଲା, ତାହା ହୋଇନାହିଁ। ଏପରିକି ମହିଳା କମିଶନ ଅଧ୍ୟକ୍ଷାଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସୁପାରିସ ବି ହେଲାନି ବୋଲି ଲେଖାଶ୍ରୀ କହିଛନ୍ତି।

ଶୁକ୍ରବାର ଜିଲା ପ୍ରଶାସନ ଅଭିଯୁକ୍ତ ରୂପେଶଙ୍କ ନାମରେ ଥିବା ବିବାଦୀୟ ଅତିଥି ଭବନକୁ ଭାଙ୍ଗି ଦେଇଥିଲା। ଫଳରେ ଦୁଇ ମହଲା ବିଶିଷ୍ଟ ଏହି ବେଆଇନ କୋଠା ଏବେ ମାଟିରେ ମିଶିଯାଇଛି। ସ୍ମିତାରାଣୀଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ ଥିବା ଏହି ଅତିଥି ଭବନ ଭଙ୍ଗାଯିବାକୁ ତାଙ୍କ ପରିବାରଲୋକେ ନାପସନ୍ଦ କରିଥିଲେ। ଏହାଦ୍ୱାରା ସେଥିରେ ଥିବା ସମସ୍ତ ପ୍ରମାଣ ନଷ୍ଟ ହୋଇଗଲା ବୋଲି ସେମାନେ କହିଛନ୍ତିି।

ପ୍ରକାଶ ଯେ, ପିଇଓ ସ୍ମିତାରାଣୀ ଅଭିଯୁକ୍ତ ରୂପେଶଙ୍କ ସହ ଚାରିବାଟିଆ ଗ୍ରାମକୁ ଭତ୍ତା ବାଣ୍ଟିବାକୁ ଯାଇଥିଲେ। ଭତ୍ତା ବାଣ୍ଟି ସାରିବା ପରେ ସେ ଅପରାହ୍ନରେ ବେଆଇନ ଅତିଥିଭବନକୁ ମଧ୍ୟାହ୍ନଭୋଜନ କରିବାକୁ ଯାଇଥିଲେ। ମାତ୍ର ସେଠାରେ ଏକ କୋଠରିରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

‘ଗଞ୍ଜାମ ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୯ ପ୍ରତିଶତ ଧାନ କିଣା ସରିଛି’

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ୧୫ଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ହୋଇଥିବା ଚାଷୀ ଧାନ ବିକ୍ରି ପାଇଁ ମଣ୍ଡିର କେତେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ…

ପଡ଼ିଆରେ ଅଘଟଣ: କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣ, ଅମ୍ପାୟାର ମୃତ

ଲକ୍ଷ୍ନୌ,୧୯।୨: ଭାରତରେ ଏକ କ୍ରିକେଟ ମ୍ୟାଚ ଚାଲିଥିବା ସମୟରେ ଏକ ଅଘଟଣ ଘଟିଛି। ଏଠାରେ ଏକ ମ୍ୟାଚ୍‌ ଚାଲିଥିବାବେଳେ ମହୁମାଛି ଆକ୍ରମଣରେ ଜଣେ ଅମ୍ପାୟାରଙ୍କ ମୃତ୍ୟୁ ଘଟିଛି।…

ଭାରତୀୟ ବିମାନ କମ୍ପାନୀ ବିରୋଧରେ ବାଂଲାଦେଶ ନେଲା ବଡ଼ ନିଷ୍ପତ୍ତି: ଏୟାରସ୍ପେସ ବନ୍ଦ

ଢାକା,୧୯।୨: ବାଂଲାଦେଶର ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନ କରିବା କାରଣରୁ ଭାରତୀୟ ବଜେଟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଏୟାରସ୍ପେସ ବ୍ୟବହାର କରିବାରୁ…

ରାଜ୍ୟରେ ବଢ଼ିବ ସବ୍‌ଡିଭିଜନ, ଏହି ଜିଲାରୁ ଆସିଛି ସର୍ବାଧିକ ପ୍ରସ୍ତାବ

ଭୁବନେଶ୍ୱର,୧୯ା୨: ରାଜ୍ୟରେ ବଢ଼ିପାରେ ସବ୍‌ଡିଭିଜନ ସଂଖ୍ୟା, ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି। ୬୬ ନୂଆ ସବ୍‌ଡିଭିଜନ ଗଠନ ପାଇଁ ସରକାରଙ୍କୁ…

ସେବାଶ୍ରମ ବିଦ୍ୟାଳୟ ଅଫିସ ରୁମ୍‌ରେ ପିଅନଙ୍କ ଝୁଲନ୍ତା ମୃତଦେହ

ନନ୍ଦପୁର,୧୯ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜବାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ୍‌ରୁ ଗୁରୁବାର ସକାଳେ କାର୍ଯ୍ୟରତ ପିଅନ (ସିସିଏ)…

ଶିମିଳିପାଳରେ ହେବ ହେଲିପ୍ୟାଡ୍‌’

ଭୁବନେଶ୍ୱର,୧୯ା୨: ମୟୂରଭଞ୍ଜ ଜିଲା ଶିମିଳିପାଳରେ ହେଲିପ୍ୟାଡ୍‌ ହେବ। ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆବଶ୍ୟକୀୟ ଜମି ନିରୂପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri