ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ ଠିକା ସଂସ୍ଥା ଅଧାପନ୍ତରିଆ ଭାବେ ସର୍ଭିସ୍‌ ରୋଡ୍‌ ନିର୍ମାଣକୁ ଛାଡି ଚାଲିଯାଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ଦବି ଯାଇ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସଂପୃକ୍ତ ରାସ୍ତାଦେଇ ଦୈନିକ ଯାତାୟାତ କରୁଥିବା ଛୋଡ ବଡ ଯାନ, ସାଇକେଲ ଆରୋହୀ, ପଥଚାରୀ, ସ୍କୁଲ ଛାତ୍ରୀଛାତ୍ର, ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେବା ସହିତ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଏହି ଘଟଣା ପ୍ରଶାସନ ଆଖିରେ ରହିଥିଲେ ବି ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରିବା ପରିତାପର ବିଷୟ ସାଜିଛି। ଅନ୍ୟପଟେ ଜାତୀୟ ରାଜପଥ ଠିକା ସଂସ୍ଥା ପୁନର୍ବାର ନିର୍ମାଣ କାର୍ଯ୍ୟକୁ ଫେରିଥିଲେ ସୁଦ୍ଧା ସର୍ଭିସ୍‌ ରୋଡ ପ୍ରତି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ। ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣାକୁ ନଜରରେ ରଖି ଗୁରୁବାର ଲଗାଣ ବର୍ଷା ସମୟରେ ସଂପୃକ୍ତ ସର୍ଭିସ୍‌ ରୋଡ୍‌ରେ ସୃଷ୍ଟି ହୋଇଥିବା ଖାଲଖମା ସ୍ଥାନକୁ ମରାମତି କରିବା ପାଇଁ ଦୁଇ ଯୁବକ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି। ଖାଲ ସ୍ଥାନରେ ସଂପୃକ୍ତ ଯୁବକମାନେ ରାସ୍ତା କଡରୁ କିଛି ବଜୁରି, ଚିପ୍‌ସ ଆଦି ସଂଗ୍ରହକରି ଖାଲରେ ପକାଇ ଗମନାଗମନ ସୁବିଧା କରିବା ପାଇଁ ଉଦ୍ୟମ କରିଥିଲେ। ଏହାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନର ଉଦାସୀନତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri