Posted inଫୁରସତ

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ସାଂଘାଇ: ଚାଇନାର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଠାବ କରାଯାଇଛି। ଏହା ବିରଳରୁ ବିରଳତମ ଘଟଣା, ଯାହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଉଛି। ମାତୃଗର୍ଭରେ ଯମଜ ଯୋଡ଼ିହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ବିକଶିତ ହୋଇଥିଲା। ନ୍ୟୁରୋଲୋଜି ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ବର୍ଷକର ଶିଶୁକନ୍ୟାଠାରେ କେତେକ ସମସ୍ୟା ଦେଖାଦେବା ସହ ମୁଣ୍ଡ ବହୁତ ବଢ଼ିଯିବାରୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରୁ ଶିଶୁ ମସ୍ତିଷ୍କ ମଧ୍ୟରେ ଜନ୍ମ ହୋଇପାରି ନ ଥିବା ଯମଜ ସନ୍ତାନର ଭ୍ରୂଣ ବଢ଼ୁଥିବା ସାଂଘାଇ ଡାକ୍ତର ଜାଣିବାକୁ ପାଇଥିଲେ। କ୍ରମାଗତ ରକ୍ତ ସଞ୍ଚାଳନ ଯୋଗୁ ଭ୍ରୂଣ ଜୀବିତ ରହିବା ସହ ବିକଶିତ ହେଉଥିବା ଡାକ୍ତର କହିଛନ୍ତି। ଏହାକୁ ଫେଟସ୍‌-ଇନ୍‌-ଫେଟୁ ବା ପାରାସିଟିକ୍‌ ଟୁଇନ୍‌ କୁହାଯାଉଛି। ଗର୍ଭାବସ୍ଥା ଆରମ୍ଭରୁ ଏଭଳି ହୋଇଥାଏ। ପୁରୁଷ ଶୁକ୍ରାଣୁ ଏବଂ ମହିଳା ଡିମ୍ବାଣୁ ଗର୍ଭାଧାନ ପରେ ସେଲ୍‌ କ୍ଲଷ୍ଟର ସୃଷ୍ଟି ଯୋଗୁ ତାହା ଉପଯୁକ୍ତ ଭାବେ ଅଲଗା ହୋଇପାରେ ନାହିଁ। ଏହା ପରେ ପ୍ରଥମ ଭ୍ରୂଣ ଅନ୍ୟ ଦ୍ୱାରା ଆବୃତ୍ତ ହୋଇଯାଇ ଯୋଡ଼ା ଅଂଶ ମସ୍ତିଷ୍କରେ ବିକଶିତ ହୁଏ ବୋଲି ଅଧ୍ୟୟନରେ କୁହାଯାଇଛି। ୧୯୯୭ରେ ଜଣେ ୧୬ ବର୍ଷର ବାଳକ ପେଟରେ ଏଭଳି ଭ୍ରୂଣ ଠାବ ହୋଇଥିଲା। ୨୦୨୨ ନଭେମ୍ବରରେ ଝାଡ଼ଖଣ୍ଡର ଏକ ୨୧ ଦିନର ଶିଶୁ ପାକସ୍ଥଳୀରୁ ୮ଟି ଭ୍ରୂଣକୁ ବାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri