ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର  ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ ସ୍ଥାନକୁ ଛାଡ଼ି ଦେଲେ ବର୍ତ୍ତମାନ ସୁଦ୍ଧା ମତଦାନ ଶୃଙ୍ଖଳିତ ରହିଛି।  ଦିନ ୧୧ଟା ସୁଦ୍ଧା ଜିଲାର ଅତାବିରା ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୨୭ ଏବଂ ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବନିମ୍ନ ୧୫ପ୍ରତିଶତ ମତଦାନ ହୋଇଛି। ସେହିପରି ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬.୦୪, ପଦ୍ମପୁରରେ ୧୭  ଓ ଭଟଲିରେ ୨୨ ପ୍ରତିଶତ ମତଦାନ ହୋଇଥିବା ନେଇ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।