ଢେଙ୍କାନାଳ ଅଫିସ, ୩।୭-ସମ୍ପର୍କୀୟ ଏବଂ ଦଲାଲଙ୍କ ଦ୍ୱାରା ମଧ୍ୟପ୍ରଦେଶରେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଉକ୍ତ ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରିଛି। ଗତ ୨୭ ତାରିଖରେ ତାଙ୍କୁ ଢେଙ୍କାନାଳ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଇବା ପରେ ଓପନ ସେଲ୍ଟର ଗୃହରେ ରଖାଯାଇଛି। ଘଟଣା ପଦାକୁ ଆସିବାପରେ ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।
୨ବର୍ଷ ତଳେ ସମ୍ପୃକ୍ତା ନାବାଳିକା (୯ମ ଶ୍ରେଣୀରେ ପାଠ ପଢୁଥିଲେ)ଙ୍କୁ ମଧ୍ୟପ୍ରଦେଶ ନିଆଯାଇ ଜଣେ ୨୭ ବର୍ଷୀୟ ଯୁବକଙ୍କ ସହିତ ଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଏପରି ଜଘନ୍ୟ କାର୍ଯ୍ୟରେ ତାଙ୍କର କେତେଜଣ ସମ୍ପର୍କୀୟ ଏବଂ ୨ଜଣ ଦଲାଲ ସାମିଲ ଥିଲେ। ବିବାହ ପରେ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ହରିୟାଣାସ୍ଥିତ ଗୁଡ଼ଗାଁଓରେ ଏକ ଭଡ଼ା ଘରେ ରଖିଥିଲେ। ସେଠାରେ ଅନ୍ୟ ଜଣେ ପରିବାରର ଘରୋଇ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ତାଙ୍କୁ ୮୦୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ନାବାଳିକାଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ସ୍ବାମୀଙ୍କ ପରିବାର ପକ୍ଷରୁ ବାରଣ କରାଯାଇଥିଲା। ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକା ଜଣକ ବିବାହର ୬-୭ ମାସ ପରେ କୌଶଳକ୍ରମେ ଟ୍ରେନ୍ ଯୋଗେ ବମ୍ବେ ପଳାଇ ଆସିଥିଲେ। ରେଳ ଷ୍ଟେଶନରେ ରେଲ୍ଓ୍ବେ ପୋଲିସ ହାତରେ ଧରାପଡ଼ିବା ପରେ ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶକ୍ରମେ ତାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ରେ ଥଇଥାନ କରାଯାଇଥିଲା। ପଚରାଉଚୁରା ପରେ ତାଙ୍କ ପରିଚୟ ଏବଂ ଠିକଣା ଜଣାପଡ଼ିଥିଲା। ଏହାପରେ ବମ୍ବେ ପୋଲିସ ସହାୟତାରେ ତାଙ୍କୁ ଢେଙ୍କାନାଳ ଅଣାଯାଇଥିଲା।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ମଙ୍ଗଳବାର ଏସ୍ପିଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚୁରା କରାଯାଇଛି। ଏ ନେଇ ଏସ୍ପି ଅନୁପମା ଜେମ୍ସ କୁହନ୍ତି, ନାବାଳିକାକୁ କାଉନ୍ସେଲିଂ କରାଯାଇଛି। ତାଙ୍କ ମାନସିକସ୍ଥିତି ଠିକ୍ ନାହିଁ। ସେ କୌଣସି ସୂଚନା ଦେବା ଅବସ୍ଥାରେ ନାହାନ୍ତି। ଘଟଣା ପଛରେ ରହିଥିବା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣିବାକୁ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି।
ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….
ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…
ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ
ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…
ଫିଲ୍ମ ଷ୍ଟାଇଲ୍ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…
ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…
ବାଇକରେ ଯାଉଥିବାବେଳେ ହଠାତ୍ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…
ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…
ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ
ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…
ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…
ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…
ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….
ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ ଦୁଇ…
ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ
ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…
Archives

