ଢେଙ୍କାନାଳ ଅଫିସ, ୩।୭-ସମ୍ପର୍କୀୟ ଏବଂ ଦଲାଲଙ୍କ ଦ୍ୱାରା ମଧ୍ୟପ୍ରଦେଶରେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜୋରଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଉକ୍ତ ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରିଛି। ଗତ ୨୭ ତାରିଖରେ ତାଙ୍କୁ ଢେଙ୍କାନାଳ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଇବା ପରେ ଓପନ ସେଲ୍ଟର ଗୃହରେ ରଖାଯାଇଛି। ଘଟଣା ପଦାକୁ ଆସିବାପରେ ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।
୨ବର୍ଷ ତଳେ ସମ୍ପୃକ୍ତା ନାବାଳିକା (୯ମ ଶ୍ରେଣୀରେ ପାଠ ପଢୁଥିଲେ)ଙ୍କୁ ମଧ୍ୟପ୍ରଦେଶ ନିଆଯାଇ ଜଣେ ୨୭ ବର୍ଷୀୟ ଯୁବକଙ୍କ ସହିତ ଜବରଦସ୍ତ ବିବାହ କରାଇ ଦିଆଯାଇଥିଲା। ଏପରି ଜଘନ୍ୟ କାର୍ଯ୍ୟରେ ତାଙ୍କର କେତେଜଣ ସମ୍ପର୍କୀୟ ଏବଂ ୨ଜଣ ଦଲାଲ ସାମିଲ ଥିଲେ। ବିବାହ ପରେ ସ୍ବାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ହରିୟାଣାସ୍ଥିତ ଗୁଡ଼ଗାଁଓରେ ଏକ ଭଡ଼ା ଘରେ ରଖିଥିଲେ। ସେଠାରେ ଅନ୍ୟ ଜଣେ ପରିବାରର ଘରୋଇ କାର୍ଯ୍ୟରେ ତାଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ତାଙ୍କୁ ୮୦୦୦ ଟଙ୍କା ପାରିଶ୍ରମିକ ମିଳୁଥିଲା। ନାବାଳିକାଙ୍କୁ ପରିବାର ଲୋକଙ୍କ ସହ କଥା ହେବାକୁ ସ୍ବାମୀଙ୍କ ପରିବାର ପକ୍ଷରୁ ବାରଣ କରାଯାଇଥିଲା। ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ନାବାଳିକା ଜଣକ ବିବାହର ୬-୭ ମାସ ପରେ କୌଶଳକ୍ରମେ ଟ୍ରେନ୍ ଯୋଗେ ବମ୍ବେ ପଳାଇ ଆସିଥିଲେ। ରେଳ ଷ୍ଟେଶନରେ ରେଲ୍ଓ୍ବେ ପୋଲିସ ହାତରେ ଧରାପଡ଼ିବା ପରେ ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶକ୍ରମେ ତାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରେରଣା’ରେ ଥଇଥାନ କରାଯାଇଥିଲା। ପଚରାଉଚୁରା ପରେ ତାଙ୍କ ପରିଚୟ ଏବଂ ଠିକଣା ଜଣାପଡ଼ିଥିଲା। ଏହାପରେ ବମ୍ବେ ପୋଲିସ ସହାୟତାରେ ତାଙ୍କୁ ଢେଙ୍କାନାଳ ଅଣାଯାଇଥିଲା।
ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ସିଡବ୍ଲ୍ୟୁସି ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାର ତଦନ୍ତ କରିବାକୁ ଏସ୍ପିଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ମଙ୍ଗଳବାର ଏସ୍ପିଙ୍କ ଉପସ୍ଥିତିରେ ତାଙ୍କୁ ପଚରାଉଚୁରା କରାଯାଇଛି। ଏ ନେଇ ଏସ୍ପି ଅନୁପମା ଜେମ୍ସ କୁହନ୍ତି, ନାବାଳିକାକୁ କାଉନ୍ସେଲିଂ କରାଯାଇଛି। ତାଙ୍କ ମାନସିକସ୍ଥିତି ଠିକ୍ ନାହିଁ। ସେ କୌଣସି ସୂଚନା ଦେବା ଅବସ୍ଥାରେ ନାହାନ୍ତି। ଘଟଣା ପଛରେ ରହିଥିବା ଅଭିଯୁକ୍ତମାନଙ୍କ ସମ୍ପର୍କରେ ଜାଣିବାକୁ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି।
ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ
ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ
ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...
କେନାଲ ଭିତରକୁ ପଶିଗଲା କାର୍
ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...
Archives


