ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ, ଧର୍ମଗଡ ବିଧାୟକ

କଲମପୁର,୯।୮(ଡି.ଏନ.ଏ.)-୩ ଦିନ ଧରି ଲଗାଣ ବର୍ଷାରେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଞ୍ଚଳର ନଈକୂଳିଆ ଟେମରା, ପୋରୁଆଗୁଡା, ଖଙ୍ଗାରଗୁଡା, ସାନକୁଟ୍ରୁ, ବିରିପୁର, ମାଟିଖାଲ, ଜାମପଡା, କର୍ମେଲଡଙ୍ଗରୀଗୁଡା, କର୍ମେଲ, ବାଲିଛଡା, ଖଣ୍ଡିଡଙ୍ଗରୀଗୁଡା, ବଙ୍କାପଲା ଆଦି ଗଁାର ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହୋଇଥିଲେ । ବିଶେଷ କରି ବିରିପୁର, ମାଟିଖାଲ, ବଙ୍କାପଲା ଏବଂ ବାଲିଛଡା ଗାଁରେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା। ଏହି ଗାଁର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ କଲମପୁର ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଥିଲା। କଲମପୁର ବିଡିଓ ହେମ ସାଗର ଭୋଇ ଓ ବ୍ଲକ କର୍ମଚାରୀମାନେ ନଇ କୁଳିଆ ଗାଁସବୁ ବୁଲି ପରିସ୍ଥିତି ଅନୁଧ୍ୟାନ କରି ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଇ ରନ୍ଧାଖାଦ୍ୟ ଯୋଗାଇ ଦେଇଥିଲେ। ଗୁରୁବାର ସକାଳେ ଧର୍ମଗଡ ବିଧାୟକ ମହୋଷଧି ବାଗ ଓ ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ ବିରିପୁର ଗସ୍ତ କରି ବନ୍ୟା ପ୍ରଭାବିତ ଘର ସବୁ ବୁଲି ଦେଖିଥିଲେ। ଭାଙ୍ଗିଯାଇଥିବା ଘର ସହ ଚାଷ ଜମିରେ ପାଣି ମାଡି ନଷ୍ଟ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହି ଅଞ୍ଚଳରେ ଆଉ ୨ଟି ବନ୍ୟା ଆଶ୍ରୟସ୍ଥଳି ନିର୍ମାଣ ପାଇଁ ସରକାରଙ୍କୁ ଅବଗତ କରିବି ବୋଲି ବିଧାୟକ ବାଗ କହିଥିଲେ। ସକାଳୁ ବିରିପୁରଠାରେ ଡାକ୍ତରୀ ଦଳ ପହଞ୍ଚତ୍ ଲୋକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିବା ବେଳେ କଲମପୁର ତହସିଲଦାର ସୃତି ରଞ୍ଜନ ମଲ୍ଲିକ, ବିଡିଓ ହେମ ସାଗର ଭୋଇ ଉପସ୍ଥିତ ରହି ଘର ଭାଙ୍ଗିଥିବା ପରିବାରକୁ ପଲିଥିନ ଯୋଗାଇଦେଇଥିଲେ। ବିରିପୁରର ଲୋକମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ସମୟରେ ବ୍ଲକ ଯୋଗାଣଧିକାରୀ ଦେବଧର ଧରୁଆ, କଲମପୁର ଫାଣ୍ଡି ଅଧିକାରୀ ମନରଞ୍ଜନ ଆଚାର୍ଯ୍ୟ, କମପୁର ପିଇଓ ଶ୍ୟାମ ପ୍ରଶାଦ ମିଶ୍ର, ମୀନଗୁର ପିଇଓ ଗଜାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କଲମପୁର ଅଗ୍ନିଶମ ବିଭାଗ ମଧ୍ୟ ମିନଗୁର ଏବଂ କଲମପୁର ପଞ୍ଚାୟତରେ ରିଲିଫ କାର୍ଯ୍ୟରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri