ବଦଳିଲା ଏଫ୍‌ଡିଆଇ ନିୟମ;କାରସାଦି କରିପାରିବେନି ଚାଇନା, ପାକିସ୍ତାନ

 

ନୂଆଦିଲ୍ଲୀ,୧୯।୪: କରୋନା ପାଇଁ ସାରା ବିଶ୍ୱର ବଜାର ଏବେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀଗୁଡ଼ିକର ଶେୟାର ମୂଲ୍ୟ ଲଗାତର ଭାବେ ଖସୁଥିବା ଦେଖାଯାଇଛି। ଏଭଳି ସ୍ଥିତି ବିଦେଶୀ କମ୍ପାନୀଗୁଡିକ ଫାଇଦା ଉଠାଇବା ଚକ୍କରରେ ରହୁଥିବା ଦେଖାଯାଇଛି। ବର୍ତ୍ତମାନର ସଙ୍କଟ ସମୟରେ ଅବସରବାଦୀ ଅଧିଗ୍ରହଣ ଉପରେ ଅଙ୍କୁଶ ଲଗାଇବା ଲାଗି କେନ୍ଦ୍ର ସରକାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) ନିୟମ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ମୁତାବକ ଯେଉଁ ଦେଶଗୁଡିକର ସୀମା ଭାରତକୁ ଲାଗିଛି, ସେହି ଦେଶର ନିବେଶକ ଏଠାକାର ସରକାରଙ୍କ ବିନା ଅନୁମତିରେ ନିବେଶ କରିପାରିବେ ନାହିଁ। ଅର୍ଥାତ୍‌ ଚାଇନା, ବାଂଲାଦେଶ ଏବଂ ପାକିସ୍ତାନର ନିବେଶକ କିମ୍ବା କୌଣସି କମ୍ପାନୀ ଭାରତରେ ନିବେଶ କରିବା ପାଇଁ ହେଲେ କେନ୍ଦ୍ର ସରକାରଙ୍କଠାରୁ ଜରୁରୀ ଭାବେ ଅନୁମତି ନେବେ। ଶିଳ୍ପ ଏବଂ ଆନ୍ତଃ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରଙ୍କ ବର୍ତ୍ତମାନର ନିଷ୍ପତ୍ତି ଯୋଗୁ ଚାଇନା ନିବେଶକମାନେ ବେଶି ପ୍ରଭାବିତ ହେବେ। ବର୍ତ୍ତମାନ କେବଳ ବାଂଲାଦେଶ ଏବଂ ପାକିସ୍ତାନରୁ ଆସୁଥିବା ଏଫ୍‌ଡିଆଇ ଲାଗି ଅନୁମତି ନେବାକୁ ପଡୁଛି।
ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଏଚ୍‌ଡିଏଫ୍‌ସି ଲିମିଟେଡ୍‌ରେ ବୃହତ୍‌ ପରିମାଣର ଅଂଶଧନ କିଣି ଥିବାରୁ ବ୍ୟାଙ୍କରେ ଏହାର ଶେୟାର ୧% ଟପିଛି। ଏବେ ଚାଇନା, ସାରା ବିଶ୍ୱରେ ନିଜର ନିବେଶ ବଢ଼ାଉଛି। କୋଭିଡ୍‌-୧୯ ଲାଗି ସାରା ବିଶ୍ୱର ଶେୟାର ବଜାର କ୍ଷତିଗ୍ରସ୍ତ ହେଉଥିବା ବେଳେ ଏହାର ଫାଇଦା ନେଇ ନିବେଶ ବଢାଉଛି। ଭାରତରେ ନୂଆ ନିୟମ ମୁତାବକ କେବଳ ସରକାରୀ ରୁଟ୍‌ରେ ହିଁ ନିବେଶ ହୋଇପାରିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସରକାରଙ୍କ ନୂଆ ନିଷ୍ପତ୍ତି ଉପରେ ପାକିସ୍ତାନର ନିବେଶକଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡିବ। ଚାଇନାର ନିବେଶକମାନେ ଭାରତୀୟ ଷ୍ଟାର୍ଟଅପ୍‌ଗୁଡିକରେ ୪ ବିଲିୟନ ଡଲାରର ନିବେଶ କରିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟେକ୍ନୋଲୋଜି ଇକୋସିଷ୍ଟମକୁ ସୁରକ୍ଷିତ କରିବା ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି। ସୂଚନାଯୋଗ୍ୟ ଗତ ୪ ମାସରେ କେବଳ ଚାଇନା ନିବେଶକମାନେ ୨.୩୪ ବିଲିୟନ ଡଲାର ନିବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM

ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…

GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….

ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?