ବଢୁଛି ଷଣ୍ଢ ଦୌରାତ୍ମ୍ୟ

ଢେଙ୍କାନାଳ ଅଫିସ, ୧୮।୭ – ଢେଙ୍କାନାଳ ସହରରେ ବୁଲା ଷଣ୍ଢଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପ୍ରମୁଖ ବଜାର, ଜନଗହଳିପୂର୍ଣ୍ଣ ରାସ୍ତା ଗୋରୁଙ୍କ କବ୍‌ଜାରେ ରହୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୌରସଂସ୍ଥା ଏହାକୁ ଗୁରୁତ୍ୱ ଦେଉନାହିଁ। ଏପରି ସମସ୍ୟା ପାଇଁ ଯେ କୌଣସି ମୁହୂର୍ତ୍ତରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ସୃଷ୍ଟି ହୋଇଛି।
ଜବାହରଚୌକ ଅଞ୍ଚଳର ଜଣେ ଔଷଧ ବ୍ୟବସାୟୀ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଘରକୁ ଫେରୁଥିବା ବେଳେ ସହରର ପ୍ରମୁଖ ରାସ୍ତାରେ ହଠାତ୍‌ ଏକ ଷଣ୍ଢ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଏଥିରେ ତାଙ୍କର ବାମହାତ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ବୁଧବାର ସକାଳେ ରଥଗଡ଼ା ନିକଟ ପରିବା ମାର୍କେଟରେ ଏକ ଷଣ୍ଢ ଆକ୍ରମଣାତ୍ମକ ହୋଇ ବ୍ୟାପକ କ୍ଷତି ଘଟାଇଛି। ଏଥିରେ ୩ଟି କାର୍‌ ଏବଂ ଗୋଟିଏ ବାଇକ୍‌ ଭାଙ୍ଗିଯାଇଛି। ଅନୁରୂପ ଭାବେ କିଛିଦିନ ତଳେ ଜଣେ ଅବସରପ୍ରାପ୍ତ ସାମରିକ କର୍ମଚାରୀ ବୁଲା ଷଣ୍ଢ ଯୋଗୁ ବାଇକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ସେ ଏବେ କଟକରେ ଚିକିତ୍ସାଧୀନ ଅଛନ୍ତି। ପୁରୀ ରଥଯାତ୍ରାର ଦୁଇ ସପ୍ତାହ ପୂର୍ବରୁ ଉକ୍ତ ଅଞ୍ଚଳରୁ ବହୁ ବୁଲା ଷଣ୍ଢକୁ ଆଣି ଢେଙ୍କାନାଳ ସୀମାନ୍ତରେ ଛାଡ଼ି ଦିଆଯାଇଛି। ସେମାନେ ସହରରେ ପଶି ଏପରି ଦୌରାତ୍ମ୍ୟ ସୃଷ୍ଟି କରିଥିବା ସାଧାରଣରେ ଆଲୋଚନା ହେଉଛି। ଜନବହୁଳ ଅଞ୍ଚଳରେ ଷଣ୍ଢ ଉପଦ୍ରବ ଯୋଗୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପଥଚାରୀ, ବାଇକ୍‌ ଆରୋହୀମାନେ ରାସ୍ତାରେ ଯିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ପୌରସଂସ୍ଥାର କାଓ କ୍ୟାଚର ଯାନ ଥିଲେ ମଧ୍ୟ ଏହା କାମରେ ଆସୁନାହିଁ। ଏହାର ବିହିତ ପ୍ରତିକାର କରିବାକୁ ସହରବାସୀ ଦାବି କରିଛନ୍ତି।
ଏ ନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ କୁହନ୍ତି, ସେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅହମ୍ମଦାବାଦରେ ଅଛନ୍ତି। ଫେରିବା ପରେ ଏ ନେଇ ଆଲୋଚନା କରି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri