ବଢ଼ିଲା ନଦୀ ଜଳସ୍ତର

ଭୁବନେଶ୍ୱର, ୨୦।୮(ବ୍ୟୁରୋ):ଦୁଇଦିନ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ପୁଣି ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦର ଜଳସ୍ତର ପୁଣି ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ସୋମବାର ଆଉ ୭ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୭ଟି ଗେଟ୍‌ ଦେଇ ଜଳନିଷ୍କାସିତ ହେଉଥିବାବେଳେ ଏବେ ମୋଟ ୧୪ ଗେଟ୍‌ ଦେଇ ଜଳଭଣ୍ଡାରରୁ ମହାନଦୀକୁ ଜଳ ଛଡ଼ାଯାଉଛି। ଜଳଭଣ୍ଡାରର ଜଳସ୍ତର ୬୨୦.୮୭୦ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୫ ହଜାର ୩୭୧ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ପ୍ରତି ସେକେଣ୍ଡରେ ୨ଲକ୍ଷ ୨୦ ହଜାର ୩୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳସ୍ତର ବୃଦ୍ଧି ପାଇବାରୁ ମନ୍ଦିରା ଡ୍ୟାମର ସମସ୍ତ ୧୧ଟି ଗେଟ୍‌ ଖୋଲାଯାଇଛି। ଶଙ୍ଖ ନଦୀ ଉପରେ ନିର୍ମିତ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୯୦ ଫୁଟ ରହିଛି। ତେବେ ଏହି ବନ୍ୟା ପାଣି ବ୍ରାହ୍ମଣୀ ନଦୀକୁ ନିଷ୍କାସିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବାଲିମେଳା ଜଳଭଣ୍ଡାରରୁ ମଧ୍ୟ ଜଳ ନିଷ୍କାସନ କରାଯାଇଛି। ଜଳଭଣ୍ଡାରର ବିପଦ ସ୍ତର ୧୫ ଶହ ୧୪ ଫୁଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ ଶହ ୯୨ ପୁଟ ଜଳ ରହିଛି। ଜଳଭଣ୍ଡାରର ୪ ନମ୍ବର ଗେଟ ଓ ସ୍ଲୁଇସ ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୬ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି।
ଉପରମୁଣ୍ଡରେ ବର୍ଷା ଯୋଗୁ ବ୍ରାହ୍ମଣୀ, ଜଳକା, ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ଜଣାପଡ଼ିଛି। ଜଳକା ନଦୀରେ ଜଳସ୍ତର ବିପଦ ସଂକେତ ୫.୫୦ଫୁଟ ରହିଥିବା ବେଳେ ଏବେ ୬.୨୪ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। ଜଳକାରେ ବନ୍ୟା ଆସିବା ଫଳରେ ଜଳେଶ୍ୱର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି। ଫଳରେ ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି।
ଆଖୁଆପଦାଠାରେ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସୋମବାର ରାତି ସୁଦ୍ଧା ୧୮ମିଟର ଛୁଇଁବା ଆଶଙ୍କା ରହିଛି। ତେଣୁ କେନ୍ଦୁଝର ଓ ଯାଜପୁର ଜିଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି। ଏଠାରେ ବନ୍ୟା ପରିସ୍ଥିତି ଉପୁଜିପାରେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରିବା, ସ୍ବଚ୍ଛ ପାଣି ସହିତ ସ୍ବାସ୍ଥ୍ୟକର ପରିବେଶରେ ରଖିବା ପାଇଁ କୁହାଯାଇଛି। ପର୍ଯ୍ୟାୟକ୍ରମେ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଦେବା ପାଇଁ ଏସ୍‌ଆର୍‌ସି ଚିଠିରେ ଲେଖିଛନ୍ତି।
ଅନ୍ୟପଟେ ଆସନ୍ତା ଦୁଇଦିନ ରାଜ୍ୟରେ ସେଭଳି ବର୍ଷା ହେବ ନାହିଁ। ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନ ଏବଂ ବୁଧବାର ପଶ୍ଚିମ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବ। ତେବେ ବିଭିନ୍ନ ଜିଲାରେ ଝଡ଼ତୋଫାନ ସହିତ ବଜ୍ରପାତ ହେବା ସମ୍ଭାବନା ରହିଛି। ୨୨ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୨ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଓ କନ୍ଧମାଳ ଏବଂ ୨୩ରେ କୋରାପୁଟ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ଜଗତସିଂହପୁର, ପୁରୀ, କଟକ ଓ ଯାଜପୁରରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri