ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କେନ୍ଦ୍ର କର୍ମଚାରୀମାନେ ଅଧିକ ବେତନ ଲାଭ କରିପାରନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଦେଖାଯାଇଥିବା ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଏପ୍ରିଲରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ପ୍ରଦାନକୁ ବନ୍ଦ ରଖିଥିଲେ। ଏହା ପୁଣି ଥରେ ଲାଗୁ ହୋଇପାରେ ବୋଲି ଆଶା କରାଯାଉଛି। ସେହିଭଳି ସରକାର କେନ୍ଦ୍ର କର୍ମଚାରୀଙ୍କ ୪% ଡିଏ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାକୁ ମଧ୍ୟ ଏପ୍ରିଲ ମାସରେ ୨୦୨୧ ଜୁଲାଇ ପହିଲା ଯାଏ ସ୍ଥଗିତ ରଖାଯାଇଛି। ବର୍ତ୍ତମାନର ହାର ଅନୁସାରେ କର୍ମଚାରୀ ୧୭% ଡିଏ ଲାଭ କରୁଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ୨୦୨୧ ଜୁଲାଇରେ ୨୧% ଡିଏ ଲାଭ କରିବେ। ଆସନ୍ତା ବର୍ଷ ଜୁଲାଇ ୧ ପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିବା ନେଇ କର୍ମଚାରୀ ଏବଂ ପେନ୍‌ସନଭୋଗୀ ଆଶାବାଦୀ ରହିଛନ୍ତି। ଏହା ବୃଦ୍ଧି ହେଲେ କର୍ମଚାରୀଙ୍କ ବେତନ ବଢିବ। ଏହାବାଦ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନ୍‌ସନ ମଧ୍ୟ ବଢିଯିବ। ଦରଦାମ ଏବଂ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ୨ଥର ଡିଏ ବଢାଇଥାନ୍ତି। ଡିଏରେ ବୃଦ୍ଧି ଲାଗି ଗତ ଜାନୁୟାରୀରେ ଶେଷଥର ଲାଗି ପ୍ରସ୍ତାବ ଦିଆଯାଇଥିଲା। ପରେ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ଡିଏ ବଢିଲେ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୦ ଲକ୍ଷ ପେନ୍‌ସନଭୋଗୀଙ୍କ ଲାଗି ଆଶ୍ୱସ୍ତି ହେବ। କରୋନା ମହାମାରୀ ଏବଂ ଆର୍ଥତ୍କ ମାନ୍ଦାବସ୍ଥା ଲାଗି ପ୍ରସ୍ତାବିତ ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ କରାଯାଇପାରିନାହିଁ। ଆସନ୍ତା ବର୍ଷ ଜୁଲାଇରୁ ଡିଏ ବଢିବ କି ନାହିଁ ସେନେଇ ସରକାର କିଛି ସ୍ପଷ୍ଟ ଭାବେ କହିନାହାନ୍ତି। ଏଣୁ ଏହି ସମୟରେ ଡିଏ ବଢିବା ନେଇ ସ୍ପଷ୍ଟ ଭାବେ କିଛି ଅନୁମାନ କରିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri