ବଢ଼ିପାରେ କେନ୍ଦ୍ର କର୍ମଚାରୀଙ୍କ ବେତନ

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ କେନ୍ଦ୍ର କର୍ମଚାରୀମାନେ ଅଧିକ ବେତନ ଲାଭ କରିପାରନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଦେଖାଯାଇଥିବା ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ଏପ୍ରିଲରେ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ପ୍ରଦାନକୁ ବନ୍ଦ ରଖିଥିଲେ। ଏହା ପୁଣି ଥରେ ଲାଗୁ ହୋଇପାରେ ବୋଲି ଆଶା କରାଯାଉଛି। ସେହିଭଳି ସରକାର କେନ୍ଦ୍ର କର୍ମଚାରୀଙ୍କ ୪% ଡିଏ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହାକୁ ମଧ୍ୟ ଏପ୍ରିଲ ମାସରେ ୨୦୨୧ ଜୁଲାଇ ପହିଲା ଯାଏ ସ୍ଥଗିତ ରଖାଯାଇଛି। ବର୍ତ୍ତମାନର ହାର ଅନୁସାରେ କର୍ମଚାରୀ ୧୭% ଡିଏ ଲାଭ କରୁଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ୨୦୨୧ ଜୁଲାଇରେ ୨୧% ଡିଏ ଲାଭ କରିବେ। ଆସନ୍ତା ବର୍ଷ ଜୁଲାଇ ୧ ପରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିବା ନେଇ କର୍ମଚାରୀ ଏବଂ ପେନ୍‌ସନଭୋଗୀ ଆଶାବାଦୀ ରହିଛନ୍ତି। ଏହା ବୃଦ୍ଧି ହେଲେ କର୍ମଚାରୀଙ୍କ ବେତନ ବଢିବ। ଏହାବାଦ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନ୍‌ସନ ମଧ୍ୟ ବଢିଯିବ। ଦରଦାମ ଏବଂ ମୁଦ୍ରାସ୍ଫୀତିକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ୨ଥର ଡିଏ ବଢାଇଥାନ୍ତି। ଡିଏରେ ବୃଦ୍ଧି ଲାଗି ଗତ ଜାନୁୟାରୀରେ ଶେଷଥର ଲାଗି ପ୍ରସ୍ତାବ ଦିଆଯାଇଥିଲା। ପରେ ମାର୍ଚ୍ଚ ମାସରେ କେନ୍ଦ୍ର କ୍ୟାବିନେଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛି। ଡିଏ ବଢିଲେ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ ୬୦ ଲକ୍ଷ ପେନ୍‌ସନଭୋଗୀଙ୍କ ଲାଗି ଆଶ୍ୱସ୍ତି ହେବ। କରୋନା ମହାମାରୀ ଏବଂ ଆର୍ଥତ୍କ ମାନ୍ଦାବସ୍ଥା ଲାଗି ପ୍ରସ୍ତାବିତ ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ କରାଯାଇପାରିନାହିଁ। ଆସନ୍ତା ବର୍ଷ ଜୁଲାଇରୁ ଡିଏ ବଢିବ କି ନାହିଁ ସେନେଇ ସରକାର କିଛି ସ୍ପଷ୍ଟ ଭାବେ କହିନାହାନ୍ତି। ଏଣୁ ଏହି ସମୟରେ ଡିଏ ବଢିବା ନେଇ ସ୍ପଷ୍ଟ ଭାବେ କିଛି ଅନୁମାନ କରିହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri