ବଢ଼ିଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା: ଗୋଟିଏ ଦିନରେ ଗଲା ୭ ଜୀବନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଲୋକେ ସର୍ପାଘାତର ଶିକାର ହେଉଛନ୍ତି। ବିଷଧର ସାପ କାମୁଡ଼ାରେ ଅନେକ ଘଟଣାସ୍ଥଳରେ ପ୍ରାଣ ହାରୁଥିବାବେଳେ ଅନେକ ଡାକ୍ତରଖାନାରେ ଆଖି ବୁଜୁଛନ୍ତି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୋଳ ଜିଲାରେ ୨ଜଣ, ଭଦ୍ରକରେ ଜଣେ ଓ କେନ୍ଦୁଝର ଜିଲାରେ ଜଣଙ୍କ ମୃତ୍ୟୁଘଟିଛି। ଏଥିସହିତ ଗଞ୍ଜାମ ଜିଲାର ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଅନୁଗୋଳ ଉପକଣ୍ଠ ବେନ୍ତପୁର ଗ୍ରାମରେ ସାପ କାମୁଡ଼ାରେ ସୋମବାର ଦୁଇଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ ସାହୁ(୧୩) ଓ ସୁଜାତା ସାହୁ (୧୧)। ରବିବାର ରାତିରେ ଦୁହେଁ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ଦୁଜଣଙ୍କୁ କଟକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ବି.ନୂଆପଲ୍ଲୀ ପରିଡ଼ାସାହିର କାଳିଆ ପରିଡ଼ାଙ୍କ ସ୍ତ୍ରୀ ମନାସ (୩୨) ଓ ତାଙ୍କ ପୁଅ ଆଶିଷ (୫)ଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଶୋଇଥିବା ବେଳେ ଏମାନଙ୍କୁ ସର୍ପ ଦଂଶନ କରିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ପରିଡ଼ାସାହିର ଅନ୍ୟଜଣେ ମହିଳା ମାମାଲି ପରିଡ଼ା (୩୨) ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ (୩୧)ଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଅନ୍ୟ ୨ ମୃତକ ହେଲେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ଗୁରୁମ ଗ୍ରାମର ମହିଳା ଧରିତ୍ରୀ ପାତ୍ର ଏବଂ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ସଖିପାଟଣା ଗ୍ରାମର ଘନଶ୍ୟାମ ବେହେରାଙ୍କ ୬ ବର୍ଷର ପୁଅ ଆଦିତ୍ୟ।
ସୂଚନାଯୋଗ୍ୟ, ସାପ କାମୁଡ଼ାରେ ବିଶ୍ୱରେ ପ୍ରତି ୪ମିନିଟ୍‌ରେ ଜଣଙ୍କ ଜୀବନ ଯାଉଛି। ଏଭଳି ମୃତ୍ୟୁସଂଖ୍ୟା ଓଡ଼ିଶାରେ ଉଦ୍‌ବେଗଜନକ ରହିଛି। ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୨୯୫୪ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୫-୧୬ରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୬-୧୭ରେ ୬୦୫, ୨୦୧୭-୧୮ରେ ୮୨୩, ୨୦୧୮-୧୯ରେ ୮୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୪ ମାସରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଗ ୫ ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୭୧ଲୋକଙ୍କ
ମୃତ୍ୟୁ ଘଟିଛି। ଏହାପରେ ଗଞ୍ଜାମରେ ୨୪୭ ଜଣ, ବାଲେଶ୍ୱରରେ ୨୪୨, କେନ୍ଦୁଝରରେ ୨୨୭, ଭଦ୍ରକରେ ୧୮୦, ଯାଜପୁରରେ ୧୫୪, ସମ୍ବଲପୁରରେ ୧୩୪ ଏବଂ କଟକରେ ୧୩୩ ଜଣଙ୍କର ସାପ କାମୁଡ଼ାରେ ଜୀବନ ଯାଇଛି। ହେଲେ ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ବିଭିନ୍ନ କାରଣ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି। ସବୁଠାରୁ ବଡ଼ କାରଣ ହେଉଛି, ସାପ କାମୁଡ଼ାର ୬ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ରୋଗୀ ପହଞ୍ଚତ୍ ପାରୁନାହାନ୍ତି। ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚତ୍ବା ଦ୍ୱାରା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥାଏ। ଫଳରେ ରୋଗୀଙ୍କ ମୃତ୍ୟୁ ହୁଏ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଅଧିକ ସାପକାମୁଡ଼ା ଘଟେ, ଯେଉଁଠି ଲୋକେ ପ୍ରାୟତଃ ଚିକିତ୍ସାଳୟକୁ ନ ଯାଇ ଝଡ଼ାଫୁଙ୍କା କରି ସମୟ ନଷ୍ଟ କରିଥାନ୍ତି। ସଚେତନତା ଅଭାବରୁ ଏଭଳି ହେଉଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri