ବଢ଼ିଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା: ଗୋଟିଏ ଦିନରେ ଗଲା ୭ ଜୀବନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଲୋକେ ସର୍ପାଘାତର ଶିକାର ହେଉଛନ୍ତି। ବିଷଧର ସାପ କାମୁଡ଼ାରେ ଅନେକ ଘଟଣାସ୍ଥଳରେ ପ୍ରାଣ ହାରୁଥିବାବେଳେ ଅନେକ ଡାକ୍ତରଖାନାରେ ଆଖି ବୁଜୁଛନ୍ତି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲାରେ ୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୋଳ ଜିଲାରେ ୨ଜଣ, ଭଦ୍ରକରେ ଜଣେ ଓ କେନ୍ଦୁଝର ଜିଲାରେ ଜଣଙ୍କ ମୃତ୍ୟୁଘଟିଛି। ଏଥିସହିତ ଗଞ୍ଜାମ ଜିଲାର ଜଣେ ମହିଳା ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଅନୁଗୋଳ ଉପକଣ୍ଠ ବେନ୍ତପୁର ଗ୍ରାମରେ ସାପ କାମୁଡ଼ାରେ ସୋମବାର ଦୁଇଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସୁମନ୍ତ ସାହୁଙ୍କ ଝିଅ ରୋଜାଲିନ ସାହୁ(୧୩) ଓ ସୁଜାତା ସାହୁ (୧୧)। ରବିବାର ରାତିରେ ଦୁହେଁ ଶୋଇଥିବା ବେଳେ ଏକ ସାପ କାମୁଡ଼ି ଦେଇଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ଦୁଜଣଙ୍କୁ କଟକ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ବି.ନୂଆପଲ୍ଲୀ ପରିଡ଼ାସାହିର କାଳିଆ ପରିଡ଼ାଙ୍କ ସ୍ତ୍ରୀ ମନାସ (୩୨) ଓ ତାଙ୍କ ପୁଅ ଆଶିଷ (୫)ଙ୍କର ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଶୋଇଥିବା ବେଳେ ଏମାନଙ୍କୁ ସର୍ପ ଦଂଶନ କରିଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ପରିଡ଼ାସାହିର ଅନ୍ୟଜଣେ ମହିଳା ମାମାଲି ପରିଡ଼ା (୩୨) ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଏ.ବରିଡ଼ା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ (୩୧)ଙ୍କର ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଅନ୍ୟ ୨ ମୃତକ ହେଲେ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ଗୁରୁମ ଗ୍ରାମର ମହିଳା ଧରିତ୍ରୀ ପାତ୍ର ଏବଂ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ସଖିପାଟଣା ଗ୍ରାମର ଘନଶ୍ୟାମ ବେହେରାଙ୍କ ୬ ବର୍ଷର ପୁଅ ଆଦିତ୍ୟ।
ସୂଚନାଯୋଗ୍ୟ, ସାପ କାମୁଡ଼ାରେ ବିଶ୍ୱରେ ପ୍ରତି ୪ମିନିଟ୍‌ରେ ଜଣଙ୍କ ଜୀବନ ଯାଉଛି। ଏଭଳି ମୃତ୍ୟୁସଂଖ୍ୟା ଓଡ଼ିଶାରେ ଉଦ୍‌ବେଗଜନକ ରହିଛି। ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୨୯୫୪ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୫-୧୬ରେ ୪୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୬-୧୭ରେ ୬୦୫, ୨୦୧୭-୧୮ରେ ୮୨୩, ୨୦୧୮-୧୯ରେ ୮୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୪ ମାସରେ ୨୩୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଗ ୫ ବର୍ଷ ମଧ୍ୟରେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୨୭୧ଲୋକଙ୍କ
ମୃତ୍ୟୁ ଘଟିଛି। ଏହାପରେ ଗଞ୍ଜାମରେ ୨୪୭ ଜଣ, ବାଲେଶ୍ୱରରେ ୨୪୨, କେନ୍ଦୁଝରରେ ୨୨୭, ଭଦ୍ରକରେ ୧୮୦, ଯାଜପୁରରେ ୧୫୪, ସମ୍ବଲପୁରରେ ୧୩୪ ଏବଂ କଟକରେ ୧୩୩ ଜଣଙ୍କର ସାପ କାମୁଡ଼ାରେ ଜୀବନ ଯାଇଛି। ହେଲେ ସାପ କାମୁଡ଼ାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ବିଭିନ୍ନ କାରଣ ରହିଥିବା ବିଶେଷଜ୍ଞମାନେ କହୁଛନ୍ତି। ସବୁଠାରୁ ବଡ଼ କାରଣ ହେଉଛି, ସାପ କାମୁଡ଼ାର ୬ଘଣ୍ଟା ମଧ୍ୟରେ ଡାକ୍ତରଖାନାରେ ରୋଗୀ ପହଞ୍ଚତ୍ ପାରୁନାହାନ୍ତି। ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚତ୍ବା ଦ୍ୱାରା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥାଏ। ଫଳରେ ରୋଗୀଙ୍କ ମୃତ୍ୟୁ ହୁଏ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଅଧିକ ସାପକାମୁଡ଼ା ଘଟେ, ଯେଉଁଠି ଲୋକେ ପ୍ରାୟତଃ ଚିକିତ୍ସାଳୟକୁ ନ ଯାଇ ଝଡ଼ାଫୁଙ୍କା କରି ସମୟ ନଷ୍ଟ କରିଥାନ୍ତି। ସଚେତନତା ଅଭାବରୁ ଏଭଳି ହେଉଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri