ବଡ଼ପଡ଼ାରେ ପାନୀୟ ଜଳର ଉତ୍କଟ ଅଭାବ: ଜାତୀୟ ରାଜପଥ ଅବରୋଧ କଲେ ମହିଳା

କୋକସରା,୪।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ସଦର ମହକୁମା ବଡ଼ପଡ଼ାଠାରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମଙ୍ଗଳବାର ସ୍ଥାନୀୟ ବଡ଼ପଡ଼ା ମହିଳାମାନେ ଗରା, ମାଠିଆ, ବାଲଟି ଧରି ଦୀର୍ଘ ୧ ଘଣ୍ଟା ୨୬ ନଂ. ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ। ରାସ୍ତା ଅବରୋଧ ଯୋଗୁ ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।

ସୂଚନା ଅନୁସାରେ କୋକସରା ବ୍ଲକ ସଦର ମହକୁମା ବଡ଼ପଡ଼ାରେ ପାନୀୟ ଜଳର ଉତ୍କଟ ଅଭାବ ନେଇ ପୂର୍ବରୁ ପଡ଼ାବାସୀ ବ୍ଲକ୍‌ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସମାଧାନ ନ ହେବା ଓ ଗତ ୮ ଦିନ ଧରି ପାନୀୟ ଜଳର ଯୋଗାଣରେ ଅନିୟମିତିତାରେ ଅତିଷ୍ଠ ହୋଇ ପଡ଼ାର ମହିଳାମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ।