Posted inଜାତୀୟ

‘ବଞ୍ଚିଥିବା ଯାଏ ସିଏଏ ଲାଗୁ କରାଇଦେବିନି’

କୋଲକାତା,୧୭ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ କୋଲକାତାରେ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ବଞ୍ଚିଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ କରାଇଦେବେନି ବୋଲି ରାଲିରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିିଛନ୍ତି। କେବଳ ତାଙ୍କ ମରଶରୀର ଉପରେ ଏହା ଲାଗୁ ହୋଇପାରେ। ସାହସ ଥିଲେ କେନ୍ଦ୍ର ତାଙ୍କ ସରକାରକୁ ଭାଙ୍ଗିଦେଉ କିମ୍ବା ତାଙ୍କୁ ଜେଲ୍‌ରେ ଭର୍ତ୍ତି କରୁ ବୋଲି ମମତା ଆହ୍ବାନ ଦେଇଛନ୍ତି।
ରାଜ୍ୟରେ ହିଂସା ସୃଷ୍ଟି ଲାଗି ଭାଜପା କିଛି ଲୋକଙ୍କୁ ଟଙ୍କା ଦେଉଛି। ରାଜ୍ୟ ବାହାରର କେତେକ ଶକ୍ତି ନିଜକୁ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବୋଲି ପରିଚୟ ଦେଇ ଭଙ୍ଗାରୁଜା ପୋଡ଼ାଜଳାରେ ସାମିଲ ହୋଇଥିବା ମମତା ଅଭିଯୋଗ କରିଛନ୍ତି। ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କୁ ଲକ୍ଷ୍ୟ କରି ସେ ଏଭଳି କହିଥିଲେ। ଟିଏମ୍‌ସି ଅଧ୍ୟକ୍ଷାଙ୍କ ନେତୃତ୍ୱରେ ରେଡ୍‌ ରୋଡରୁ ଜୋରାସାଙ୍କୋ ଠାକୁରବାଡ଼ି ପର୍ଯ୍ୟନ୍ତ ବିଶାଳ ରାଲିରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ। ସିଏଏ ରଦ୍ଦ ନ ହେବା ପର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିବ। ଯଦି ଭାଜପା ଭାବୁଥାଏ ବଳ ପ୍ରୟୋଗ କରି ଆଇନକୁ କାର୍ଯ୍ୟକାରୀ କରିବ, ତେବେ ତା’ର ପରିଣତି ଭୟାବହ ହେବ ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି॥ ପଶ୍ଚିମବଙ୍ଗରୁ ଜଣେ ହେଲେ ବାହାରିବେ ନାହିଁ। ରାଜ୍ୟବାସୀ ସବୁ ଜାତି, ଧର୍ମ ସମ୍ପ୍ରଦାୟ ସହ ଏକତ୍ର ବସବାସରେ ବିଶ୍ୱାସ କରନ୍ତି। ଆନ୍ଦୋଳନକାରୀ ଭଙ୍ଗାରୁଜା ଓ ପୋଡ଼ାଜଳାରେ ସାମିଲ ନହେବାକୁ ମମତା ପରାମର୍ଶ ଦେଇଥିଲେ।
ସିଏଏକୁ ବିରୋଧ କରି ପଶ୍ଚିମବଙ୍ଗର ବିଭିନ୍ନ ଜିଲାରେ ୪ ଦିନ ହେଲା ଆନ୍ଦୋଳନ ଜାରି ରହିଛି। କେତେକ ସ୍ଥାନରେ ଏହା ହିଂସାର ରୂପ ନେଇଥିଲା। ଆନ୍ଦୋଳନକାରୀ ଟ୍ରେନ, ବସ୍‌ ପୋଡିବା ସହ ରେଳଷ୍ଟେଶନ ଓ ଦୋକାନ ଜାଳିଦେଇଥିଲେ। ଫଳରେ ପଶ୍ଚିମବଙ୍ଗରୁ ବିଭିନ୍ନ ରାଜ୍ୟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ସିଏଏ ବିରୋଧରେ ଆନ୍ଦୋଳନ ଚଳାଇଥିବା ଛାତ୍ରୀଛାତ୍ରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ମମତା ନିନ୍ଦା କରିଥିଲେ। ଭାଜପା ଅନ୍ୟ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ସମ୍ପର୍କରେ କହିଲାବେଳେ ନିଜ ଦ୍ୱାରା ଶାସିତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଟିଏମ୍‌ସି ନେତ୍ରୀ କହିଥିଲେ। ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ଲକ୍ଷ ଲକ୍ଷ ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ଆବଶ୍ୟକ ହେଲେ ଶ୍ୟାହି ବଦଳରେ ନିଜ ରକ୍ତରେ ପତ୍ର ଲେଖିବାକୁ ମମତା କହିଛନ୍ତି।
ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖର ରାଲିକୁ ଅସାମ୍ବିଧାନିକ ଓ ଉତ୍ତେଜନା ବଢ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ରାଜ୍ୟରେ ପୂର୍ବସ୍ଥିତି ଫେରାଇ ଆଣିବା ଉପରେ ଧ୍ୟାନ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri