ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ ମେଲା ଚାଳିଆ ଘରେ ରୋଷେଇ କରୁଥିବା ସମୟରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଘଟିଥିଲା। ଏଥିରେ ସେ ଗୁରୁତର ହୋଇ ଅଚେତ ହୋଇପଡିଥିଲେ। ତାଙ୍କୁ ପରିବାର ତରଫରୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।