ବଜେଟ ଆଲୋଚନା: ଅର୍ଥ ମନ୍ତ୍ରୀଙ୍କ ଉତ୍ତର: ଗଠନଧର୍ମୀ ମତାମତକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର ବିରୋଧୀ ଦଳର ଗଠନଧର୍ମୀ ପ୍ରସ୍ତାବକୁ ଗ୍ରହଣ କରିବେ। ଉତ୍ତମ ପ୍ରସ୍ତାବକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ସରକାର ସୀମା ଭିତରେ ରହି ଋଣ କରୁଛନ୍ତି। ଏପରି କି ନିୟମିତ ବ୍ୟବଧାନରେ ପରିଶୋଧ ମଧ୍ୟ କରାଯାଉଛି। ତେଣୁ ରାଜ୍ୟର ଋଣଭାର ନେଇ ବିରୋଧୀ ସଦସ୍ୟ ଭୟଭୀତ ହେବା ଅନୁଚିତ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର କହିଛନ୍ତି। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ପୂଜାରୀ ଏହି କଥା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସବୁବେଳେ କୃଷିକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏକଦା ରାଜ୍ୟ ୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଉତ୍ପାଦନ କରୁଥିଲା। ହେଲେ ତାହା ଅଦ୍ୟାବଧି ୫୫ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଚାଷୀର ବର୍ତ୍ତମାନ ଆୟଠାରୁ ଦ୍ୱିଗୁଣ କରାଯିବାର ସମସ୍ତ ପଦକ୍ଷେପ ନିଆଯିବ। କୃଷକଙ୍କୁ ଠିକ୍‌ ସମୟରେ ଉତ୍ତମ ବିହନ ଯୋiଗାଇ ଦିଆଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଚାଷ ପାଇଁ ପ୍ରୋତ୍ସାହିତ କରାଯିବ। ଧାଡି ରୁଆ ପ୍ରଣାଳୀ ବେଶ୍‌ ଆଦୃତି ଲାଭ କରିଛି। ଚାଷୀଙ୍କୁ ସହାୟତାରେ କାଳିଆ ଯୋଜନା ବିଶେଷ ଭୂମିକା ନେବ। ୨୦୦୩ରୁ ୨୦୧୩ ମଧ୍ୟରେ ରାଜ୍ୟରେ ଥିବା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ନିରଞ୍ଜନ କହିଥିଲେ। ସେହିଭଳି ରାଜ୍ୟରେ ଅଧିକ ପୁଞ୍ଜିନିବେଶ କରି ରାଜସ୍ବ ଆୟ କରିବାର ଲକ୍ଷ୍ୟ ରଖାଯାଇଛି। ସଞ୍ଜୀବ ହୋତା କମିଶନଙ୍କ ସୁପାରିସ ମଧ୍ୟ ଲାଗୁ କରାଯିବା ନେଇ ଚେଷ୍ଟା କରାଯିବ। ଖଣି ଅଞ୍ଚଳରେ କର ବ୍ୟବସ୍ଥାର ଯେଉଁ ପ୍ରସ୍ତାବ ଆସିଛି, ସେ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ। ଖଣି କ୍ଷେତ୍ରରୁ ରାଜସ୍ବ ଆୟ ବୃଦ୍ଧି କରାଯିବ। ବଜେଟରେ କାର୍ଯ୍ୟକ୍ରମଭିତ୍ତିକ ଖର୍ଚ୍ଚ ଅଧିକ ରହିଛି। ସମାଜର ସବୁ କ୍ଷେତ୍ର ଓ ସବୁ ବର୍ଗକୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟ ଏକଦା ଚାଉଳ ପାଇଁ ପଞ୍ଜାବ ଓ ହରିୟାଣା ଉପରେ ନିର୍ଭର କରୁଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥା(ପିଡିଏସ୍‌)କୁ ସେହି ସବୁ ରାଜ୍ୟର ଯୋଗଦାନ ଥିଲା। ହେଲେ ଏବେ ସମୟ ବଦଳିଛି, ଓଡ଼ିଶା ଏକାଧିକ ଥର କୃଷି କର୍ମଣ ପୁରସ୍କାର ପାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଚାଉଳ ଯୋଗାଉଥିବା ମନ୍ତ୍ରୀ ପୂଜାରୀ କହିଛନ୍ତି। ସେହିପରି ବିଭିନ୍ନ ସଂସ୍ଥା ଉପରେ ବିଦ୍ୟୁତ ଶୁଳ୍କ, ଜଳ କର ଏବଂ ବାଣିଜି୍ୟକ କର ବକେୟା ରହିଛି। ସେସବୁର ଅସୁଲ ପ୍ରକ୍ରିୟା ଜାରି ରହିଛି। କେତେକ ମାମଲା ଅଦାଲତରେ ମଧ୍ୟ ରହିଛି, ତାହାର ସମାଧାନ ନେଇ ତ୍ୱରିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି। ଦୁଇ ଦିନ ଧରି ଚାଲିଥିବା ବଜେଟ ଆଲୋଚନାରେ ଶାସକ ଓ ବିରୋଧୀ ଦଳରୁ ଅଂଶଗ୍ରହଣ କରିଥିବା ୨୨ ଜଣ ସଦସ୍ୟଙ୍କୁ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri